ନମୋ ଟିଭି ଲଞ୍ଚ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଲେ ନିର୍ବାଚନ କମିସନ; ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମ ଲାଗି ଦୂରଦର୍ଶନକୁ ନୋଟିସ୍

ନୂଆଦିଲ୍ଲୀ : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ‘ନମୋ ଟିଭି’ ଲଞ୍ଚ ନେଇ ନୋଟିସ୍ ଜାରି କଲେ ନିର୍ବାଚନ କମିସନ । ମାର୍ଚ୍ଚ ୩୧ ତାରିଖରେ ‘ନମୋ ଟିଭି’ ଲଞ୍ଚ ହୋଇଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି ନିର୍ବାଚନ କମିସନ । ଲୋକସଭା ନିର୍ବାଚନ ପାଇଁ ନମୋ ଟିଭି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପାଇଁ ଯୋରସୋରରେ ପ୍ରଚାର କରାଯାଉଛି ।

TV TODAY

ନିର୍ବାଚନ କମିଶନଙ୍କ ନୋଟିସ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଜବାବ ଦେଇଛି । ମନ୍ତ୍ରାଳୟ କହିଛି, “ଏହା କୌଣସି ଚ୍ୟାନେଲ ନୁହେଁ ବିଜ୍ଞାପନ ପ୍ଲାଟଫର୍ମ । କେବଳ ଟିଭି ଚ୍ୟାନେଲକୁ ମନ୍ତ୍ରାଳୟ ଲାଇସେନ୍ସ ଦେଇଥାଏ ।” ନମୋ ଟିଭିରେ ମୋଦିଙ୍କ ରାଲି ବ୍ୟତୀତ ତାଙ୍କ ଭାଷଣ ମଧ୍ୟ ପ୍ରସାରଣ କରାଯାଏ । କଂଗ୍ରେସ ଓ ଆପ୍ ଏହି ଟିଭିକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ପଚାରିଥିଲେ କି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏଭଳି ଟିଭି ଚ୍ୟାନେଲ କାହିଁକି ଲଞ୍ଚ କରାଯାଇଛି ।

ଏହା ବ୍ୟତୀତ ଦୂରଦର୍ଶନକୁ ଭାରତୀୟ ନିର୍ବାଚନ କମିସନ ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ଦୂରଦର୍ଶନରେ ପ୍ରସାରିତ  ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମକୁ ନେଇ ନୋଟିସ୍ ଜାରି କରିଛନ୍ତି କମିସନ । ମାର୍ଚ୍ଚ ୩୧ରେ ଦେଢ଼ ଘଣ୍ଟା ଧରି କାର୍ଯ୍ୟକ୍ରମକୁ ପ୍ରସାରଣ କରିଥିଲା ଦୂରଦର୍ଶନ ।

ସମ୍ବନ୍ଧିତ ଖବର