ଅବକାରୀ ବିଭାଗ-ପୁଲିସ୍‌ର ଚଢାଉ, ୧୫୪୪୩୨.୫୦୩ ବଲ୍କ ଲିଟର ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୧୫୧ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୩ ହଜାର ୮୨୯ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୪୫୧ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୪୮ ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୫୭.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରାୟ ୧୫୪୪୩୨.୫୦୩ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪କୋଟି ୦୫ ଲକ୍ଷ ୪୯ ହଜାର ୦୭୫ ଟଙ୍କା । ପ୍ରକାଶ ଥାଉକି, ୩ୟ ପର୍ଯ୍ୟାୟରେ ମତଦାନ ହୋଇଥିବା ଜିଲ୍ଲାଗୁଡିକରେ ଆଜି ସୁଦ୍ଧା ଅବକାରୀ ବିଭାଗ ଦ୍ୱାରା ୩୯୩୧୪.୮୭୩ ବଲ୍କ ଲିଟର ଓ ପୋଲିସ୍ ଦ୍ୱାରା ୨୧୯୩୨.୩୫୦ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଯଥାକ୍ରମେ ୬୩ ଲକ୍ଷ ୪୦ ହଜାର ୮୩୬ ଓ ୫୧ ଲକ୍ଷ ୩୮ ହଜାର ୬୫୦ ଟଙ୍କା ହେବ ।

ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କାର୍ଡ ଏବଂ ପୁଲିସ୍ ଦ୍ୱାରା ୩କୋଟି ୬୨ ଲକ୍ଷ ୭୮ ହଜାର ଟଙ୍କା ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୪୬ ଲକ୍ଷ ୪୬ ହଜାର ୫୯୭ଟି ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୩ ଲକ୍ଷ ୬୩ ହଜାର ୨୦୦ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି । ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନଂ ୦୬୭୪-୨୩୯୫୦୧୫କୁ ଆଜି ସୁଦ୍ଧା ୧୨୨୧ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୬ ହଜାର ୮୮୬ଟି କଲ୍ ମିଳିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ
କରାଯାଇଛି ।

ସମ୍ବନ୍ଧିତ ଖବର