ସୁପ୍ରିମକୋର୍ଟଙ୍କୁ ଅବଗତ କଲେ ନିର୍ବାଚନ କମିସନ : ନିର୍ବାଚନ ଫଳାଫଳ ଘୋଷଣାରେ ୫ ଦିନ ବିଳମ୍ବ ହୋଇପାରେ

ନୂଆଦିଲ୍ଲୀ : ନିର୍ବାଚନ ତାରିଖ ଘୋଷଣା ହେବା ସହ କେବେ ନିର୍ବାଚନ ଫଳାଫଳ ପ୍ରକାଶ ହେବା ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳଙ୍କ ଦ୍ୱାରା ଇଭିଏମ୍ ଓ ଭିଭିପ୍ୟାଟ ସ୍ଲିପ୍ ମିଳାଇବା ପ୍ରକ୍ରିୟାକୁ ୫୦%  ପର୍ଯ୍ୟନ୍ତ ବଢାଇବା ଦାବିକୁ ପାଳନ କରାଗଲେ ନିର୍ବାଚନ ଫଳାଫଳ ଘୋଷଣା ୫ ଦିନ ବିଳମ୍ବ ହୋଇପାରେ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ  ନିର୍ବାଚନ କମିସନ କରିଛନ୍ତି ।

ତେବେ ବିରୋଧୀ ଦଳଗୁଡିକ କୋର୍ଟରେ ଆବେଦନ କରି କହିଥିଲେ ଯେ, ୫୦ ପ୍ରତିଶତ ଭିଭିପ୍ୟାଟ ସ୍ଲିପକୁ ମିଳାଯାଉ । ଏପରି କରାଗଲେ ନିର୍ବାଚନରେ ସ୍ବଚ୍ଛତା  ଆସିବ ବୋଲି ବିରୋଧୀମାନେ କହିଛନ୍ତି । ତେବେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଯଦି ଏପରି କରାଯାଏ ତେବେ ଫଳାଫଳ ଘୋଷଣା ହେବା ତାରିଖରେ ପରିବର୍ତନ ଆସିପାରେ ଏପରିକି ମେ ୨୩ ପରିବର୍ତେ ମେ ୨୮ରେ ଫଳ ପ୍ରକାଶ ପାଇପାରେ ବୋଲି ସେ କହିଛନ୍ତି ।

ଏହାସହ ନିର୍ବାଚନ ଆୟୋଗ କହିଛନ୍ତି ଯେ, ସ୍ୱୟଂଚାଳିତ ଭାବରେ ସ୍ଲିପକୁ ମିଳାଇବା ପାଇଁ କୌଣସି ସୁବିଧା ନାହିଁ । ଏହା ସହ ଆୟୋଗ କହିଛନ୍ତି ଯେ,ଏପରି କରାଗଲେ ତାହା ଲାଗି ବିଶାଳ ଘରର ଆବଶ୍ୟକତା ରହିଛି ଏବଂ ଅଧିକ ସଂଖ୍ୟାରେ ଲୋକଙ୍କର ମଧ୍ୟ ଆବଶ୍ୟକତା ରହିଛି। ତେବେ ଏ ନେଇ କୌଣସି ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର