କଟକ ଲୋକସଭାରେ ସ୍ଥିତି ଅସ୍ପଷ୍ଟ; ୪ ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସକୁ ମିଳିପାରେ ୧-୧

ଭୁବନେଶ୍ୱର: କଟକରେ କଡା ଟକ୍କର । ସିଲଭର ସିଟିରେ କିଏ ହେବ ସାଂସଦ ତାହା ସସପେନ୍ସରେ ରହିଛି । ଦୀର୍ଘ ୨୧ ବର୍ଷ ଧରି ବିଜେଡି ଦଖଲରେ ଥିବା ଏହି ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି । ବିଜେଡିର ଭର୍ତ୍ତୃହରିଙ୍କୁ ଏଠାରେ କଡା ଟକ୍କର ଦେଉଛନ୍ତି ବିଜେପିର ପ୍ରକାଶ ମିଶ୍ର ଓ କଂଗ୍ରେସର ଅଭିଜ୍ଞ ପଞ୍ଚାନନ କାନୁନଗୋ । ତେଣୁ ସିଲଭର ସିଟିରୁ କିଏ ସଂସଦ ଯିବ ତାହା କହିବା ମୁସ୍କିଲ ହୋଇପଡିଛି ।

ବଡମ୍ବାରେ ବିଜେଡିକୁ ଲାଗିପାରେ ବଡ ଝଟକା
ବଡମ୍ବାରେ ବିଜେଡିକୁ ଲାଗିପାରେ ବଡ ଝଟକା । ୨୦୧୯ ନିର୍ବାଚନ ଯୁଦ୍ଧରେ ବାଜିମାତ୍ କରିପାରେ ବିଜେପି । ବିଜେଡିର ହେଭିୱେଟ ଦେବୀଙ୍କୁ ମାତ୍ ଦେଇ ଏହି ଆସନରେ ବିଜୟ ଉଡାଇପାରନ୍ତି ବିଜେପିର ଗେରୁଆ ବାନା । ପ୍ରଥମଥର ପାଇଁ ଏହି ଆସନରେ ଫୁଟିପାରେ ପଦ୍ମ । ଦୀର୍ଘ ୨୪ ବର୍ଷ ପରେ ଭୋଟର ଦେବୀଙ୍କ ଠାରୁ ମୁହଁ ଫେରାଇ ନେଇଥିବା ଏକଜିଟ୍ ପୋଲ ରିପୋର୍ଟ କହୁଛି ।

ବାଙ୍କୀରେ ସ୍ଥିତି ଅସ୍ପଷ୍ଟ
ବାଙ୍କୀରେ ଦେଖିବାକୁ ମିଳିବ କଡା ଟକ୍କର । ଏହି ଆସନରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ତେବେ କାହାକୁ ଜନତା ନିଜର ନେତା ବାଛିଛନ୍ତି ତାହା ଏକଜିଟ୍ ପୋଲ ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ । ତେଣୁ ବାଙ୍କୀବାସୀ କାହାକୁ ନିଜର ବିଧାୟକ ବାଛିଛନ୍ତି ତାହା ମେ ୨୩ର ଫଳାଫଳ କହିବ ।

ବିଜେଡି ଦଖଲରେ ରହିପାରେ ଆଠଗଡ
ପୁଣିଥରେ ବିଜେଡି ଦଖଲରେ ରହିପାରେ ଆଠଗଡ । ୧୯ ବର୍ଷ ଧରି ବିଜେଡିର ଗଡ ରହି ଆସିଥିବା ଆଠଗଡରେ ପୁଣିଥରେ ଶାସନ କ୍ଷମତା ନିଜ ହାତରେ ରଖିପାରନ୍ତି ରାଜା ସ୍ୱାଇଁ । ଏହାସହ କଂଗ୍ରେସ ଓ ବିଜେପିର ଆଠଗଡ ଦଖଲ ସ୍ୱପ୍ନ ଧୂଳିସାତ ହୋଇପାରେ । ବିଜେଡି ପୁଣିଥରେ ନିଜ ଅକ୍ତିଆରରେ ଆଠ‘ଗଡ’କୁ ରଖିପାରେ ବୋଲି ସମ୍ବାଦ-କନକ ନୁ୍ୟଜ୍ ଏକ୍ଜିଟ୍ ପୋଲ ରିପୋର୍ଟ କହୁଛି ।

ବିଜେଡି ହାତରୁ ଖସିପାରେ ବାରବାଟୀ କଟକ ଆସନ
ବାରବାଟୀ କଟକରେ ବିଜେଡି ବଡ ବିପର୍ଯ୍ୟୟର ସାମ୍ନା କରିପାରେ । ୧୯୮୦ ପରେ କଂଗ୍ରେସ ପୁଣିଥରେ ଏହି ଆସନରେ କମବ୍ୟାକ୍ କରିପାରେ । ବିଜେଡିର ହେଭିୱେଟ ଦେବାଶିଷଙ୍କୁ ମାତ୍ ଦେଇ ବାରବାଟୀ-କଟକର କମାଣ ଧରିପାରନ୍ତି କଂଗ୍ରେସର ମହମ୍ମଦ । ସମ୍ବାଦ-କନକ ନ୍ୟୁଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ବିଜେଡି ହାତରୁ ଏହି ଆସନ ଖସିପାରେ ବୋଲି ବୁଥ୍ ବାହୁଡା ମତ କହୁଛି ।

ଚୌଦାର କଟକରେ ପୁଣିଥରେ ଶୁଭିପାରେ ଶଙ୍ଖଧ୍ୱନି
ଚୌଦାର କଟକରେ ପୁଣିଥରେ ଶୁଭିପାରେ ଶଙ୍ଖଧ୍ୱନି । ନବାଗତ ସୌଭିକ ଭୋଟରଙ୍କ ଭରସା ଜିତିବା ସହ ପ୍ରଥମ ଥର ପାଇଁ ବିଧାନସଭାରେ ଏଣ୍ଟ୍ରି କରିପାରନ୍ତି । ସମ୍ବାଦ-କନକ ନୁ୍ୟଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ଏଭଳି ଆକଳନ କରାଯାଇଛି । ବିଜେଡି ପୁଣିଥରେ ଏହି ଆସନକୁ ନିଜ ଦଖଲରେ ରଖିପାରେ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି ।

କଟକ-ସଦରବାସୀଙ୍କ ପସନ୍ଦ ବିଜେଡି
ପୁଣିଥରେ ଚମକିପାରନ୍ତି ଚନ୍ଦ୍ର । କଟକ-ସଦରବାସୀଙ୍କ ଭରସା ଜିତିବା ସହ ତୃତୀୟ ଥର ପାଇଁ ବିଧାୟକ ହୋଇପାରନ୍ତି ଚନ୍ଦ୍ରସାରଥୀ ବେହେରା । ସମ୍ବାଦ-କନକ ନ୍ୟୁଜ୍ ଏକ୍ଜିଟ୍ ପୋଲରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି ।

ଖଣ୍ଡପଡାରେ ସୌମ୍ୟରଞ୍ଜନ
ଖଣ୍ଡପଡାରେ ଜାରି ରହିପାରେ ବିଜେଡିର ବିଜୟଧାରା । ବିଜେଡିର ବିଜୟରଥରେ ଆଗକୁ ନେଇପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଦୀର୍ଘବର୍ଷ ଧରି ବିଜେଡିର ଗଡ ରହିଥିବା ଖଣ୍ଡପଡାରେ ପୁଣିଥରେ ଶୁଭିପାରେ ଶଙ୍ଖ ଧ୍ୱନି । ସମ୍ବାଦ-କନକ ନୁ୍ୟଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ବିଜେଡି ଏହି ଆସନରେ ଫ୍ରଣ୍ଟଫୁଟରେ ରହିଛି ।

ସମ୍ବନ୍ଧିତ ଖବର