କଂଗ୍ରେସରେ ଯୋଗ ଦେଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ; ମାସେ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ପତ୍ନୀ ରିୱା
ଜାମନଗର : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳି ତଥା ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ବିଜେପିରେ ସାମିଲ ହେବାର ଏକ ମାସ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ତାଙ୍କ ବାପା ଏବଂ ଭଉଣୀ । ଗତକାଲି ଗୁଜରାଟର ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ ଉପସ୍ଥିତରେ ହାତ ଧରିଛନ୍ତି ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂ ଏବଂ ଭଉଣୀ ନୌନାବା । ପୂର୍ବରୁ ଜାଡେଜାଙ୍କ ସ୍ତ୍ରୀ ରିୱା ଜାଡେଜା ବିଜେପିରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖ ଥାଉ କି, କିଛି ଦିନ ତଳେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱା ଜାଡେଜା ବିଜେପିରେ ସାମିଲ ହୋଇଥିଲେ । ରିୱା ହେଉଛନ୍ତି ରାଜକୋଟର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ଏ କ୍ଲାସ କଣ୍ଟ୍ରାକ୍ଟର ହରଦେବ ସିଂହ ସୋଲାଙ୍କିଙ୍କ ଝିଅ । ବଡ କଥା ହେଉଛି ରିୱା ବିଜେପିରେ ଯୋଗଦେଇଥିବାବେଳେ ତାଙ୍କର ଦାଦା ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ତେବେ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇ ଥିବା କହିଥିଲେ ରିୱା ।