ବିଜେପିରେ ଯୋଗଦେଲେ ପୂର୍ବତନ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ଦଳ ଛାଡ଼ିବା ପରେ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରବି ବିଜେପିରେ ସାମିଲ ହୋଇଛନ୍ତି।

ରବି ମଲ୍ଲିକ ବିଜେଡିର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିକାଶମୂଳକ ଯୋଜନାରେ ଆକୃଷ୍ଟ ହୋଇ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ। ବିଜେଡିର ବରିଷ୍ଠ ନେତା ନିଜର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଜଣାଯାଇଛି। ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର