ବିଜେପିରେ ଯୋଗଦେଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପୂର୍ବରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଦ୍ୟ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ବରିଷ୍ଠ ନେତା ଦାମୋଦର ରାଉତ ଏବଂ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ସାମିଲ ଅଛନ୍ତି।

ବିଜେପିରେ ଯୋଗଦେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୁଁ ଅନୁପ୍ରାଣିତ ହୋଇଛି। ଦେଶର ସୁରକ୍ଷା ନେଇ ମୋଦି ଅତ୍ୟନ୍ତ ଚିନ୍ତିତ। ମୋଦି ପ୍ରତ୍ୟକ୍ଷ ଭାବେ ଦେଶର ସୁରକ୍ଷା ଖବର ରଖନ୍ତି। ଓଡ଼ିଶାର ଶାସନ ଏବେ ଅତି ନୀଚସ୍ତରକୁ ଖସିଆସିଛି। ବର୍ତ୍ତମାନ ଓଡ଼ିଶାର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଥିବା ଭଳି ଲାଗୁଛି।

ସମ୍ବନ୍ଧିତ ଖବର