ବିଜେପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟିୟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟିୟର ତଥା ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀରେ ଥିବା ଦଳ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ ।

ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଏପନିଂ ବ୍ୟାଟ୍ସମ୍ୟାନ ଗମ୍ଭୀର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି । ତାଙ୍କୁ ବିଜେପି ପକ୍ଷରୁ ଦିଲ୍ଲୀର ଏକ ଲୋକସଭା ଆସନରେ ଛିଡା କରାଯିବାର ସମ୍ଭାବନା ରହିଛି । କେତେକ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି ଯେ ତାଙ୍କୁ ଦଳ ନୂଆଦିଲ୍ଲୀ ଆସନରୁ ଛିଡା କରିବାର ସମ୍ଭାବନା ରହିଛି । ଏହି ଆସନରେ ବିଜେପି ନେତା ମୀନାକ୍ଷୀ ଲେଖି ପ୍ରତିନିଧିତ୍ୱ କରୁଛନ୍ତି । ନିକଟରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର