କଂଗ୍ରେସ ରାଲିରେ ‘ନମୋ ଏଗେନ୍‌’ ଟି-ସାର୍ଟ ପିନ୍ଧିଥିବା କଲେଜ ଛାତ୍ରୀଙ୍କୁ ଘେରି ଗଲେ କଂଗ୍ରେସ କର୍ମୀ ଓ ପୁଲିସ୍‌, ଭିଡିଓ ଭାଇରାଲ୍‌

ବାରଣାସୀ: ବାରଣାସୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା କଂଗ୍ରେସ ରାଲିରେ ଜଣେ କଲେଜ ପଢୁଆ ଛାତ୍ରୀ ‘ନମୋ ଏଗେନ୍‌’ ଟି-ସାର୍ଟ ପିନ୍ଧି ଅଡୁଆରେ ପଡ଼ିଛନ୍ତି। ସେହି ରାଲିରେ କଂଗ୍ରେସ କର୍ମୀମାନେ ନୀଳ ରଂଗର ‘ନମୋ ଏଗେନ୍‌’ ଟି-ସାର୍ଟ ପିନ୍ଧିଥିବା ଝିଅଟିକୁ ଘେରି ଯାଇ ଅସଦାଚରଣ କରିଥିବା ଦେଖିବାକୁ ମିଳିଛି। ସେ ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ତେବେ, ଭିଡିଓରେ ଝିଅଟିକୁ କଂଗ୍ରେସ କର୍ମୀମାନେ ଅସଦାଚରଣ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ ଧମକ ଦେଉଥିବାର ଲଜ୍ଜାକର ଦୃଶ୍ୟ ଦେଖିବାକୁ ମିଳିଛି।

ଯୁବତୀ ଜଣକ ବାରମ୍ବାର କହିବାରେ ଲାଗିଛନ୍ତି ଯେ ସେ ବିଜେପି କର୍ମୀ ନୁହଁନ୍ତି ବରଂ ମୋଦିଙ୍କ ସମର୍ଥକ। ସେ ଆସି ଘାଟ ନିକଟରେ ଯାଉଥିଲେ। ସେଠାରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାଇଁ ପ୍ରଚାର କରୁଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗଙ୍ଗା ନଦୀରେ ୩ ଦିନିଆ ନୌକାବିହାର କରି ଲୋକଙ୍କୁ ଭେଟିବା ପାଇଁ ଶେଷରେ ଯାଇ ଆସି ଘାଟରେ ପହଞ୍ଚିଥିଲେ। ସେଠାରେ ଛାତ୍ରୀ ଜଣକ ଅସଦାଚରଣର ଶିକାର ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର