ହସ୍ପିଟାଲ୍‌ରେ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ମହିଳା ଟ୍ରେନିିଙ୍କୁ ଉଲଗ୍ନ କରି ସ୍ବାସ୍ଥ୍ୟ ପରୀକ୍ଷା ନେଇ ଗୁଜୁରାଟରେ ଚାଞ୍ଚଲ୍ୟ

ଗାନ୍ଧୀନଗର: ଗୁଜୁରାଟର ସୁରଟ ମୁନିସିପାଲ୍‌ଟି କର୍ପୋରେସନ୍‌(ଏମ୍‌ଏମ୍‌ସି)ର ଜଣେ ଟ୍ରେନି କ୍ଲର୍କ ଏକ ହସ୍ପିଟାଲ୍‌ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି କି କ୍ଲର୍କ ହେବା ପାଇଁ ତାଙ୍କର ଟେଷ୍ଟ୍‌ ନେବା ଆଳରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ପୂରାପୂରି ଉଲଗ୍ନ ଅବସ୍ଥାରେ ଛିଡ଼ା କରାଯାଇଥିଲା। ଖାଲି ସେତିକି ନୁହେଁ, ତାଙ୍କୁ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରଶ୍ନଗୁଡ଼ିକୁ ଅତି ଅସଭ୍ୟ ଭାବେ ପଚରା ଯାଇଥିଲା ବୋଲି ସେ କହିଛନ୍ତି। କେବଳ ଅଭିଯୁକ୍ତା ନୁହନ୍ତି, ସମୁଦାୟ ୧୦ ଜଣ ମହିଳାଙ୍କୁ ଏପରି ଲଜ୍ଜାଜନକ ଅବସ୍ଥାର ଶିକାର ହେବାକୁ ପଡ଼ିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଗୁରୁରାଟରେ ଚାଞ୍ଚଲ୍ୟ ଖେଳିଯାଇଛି।

ଏପରି ଏକ ଅଭିଯୋଗ ଆସିବା ପରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ହସ୍ପିଟାଲ୍‌ରେ ଅବିବାହିତା ଝିଅମାନଙ୍କର ବି ଗର୍ଭ ପରୀକ୍ଷା କରାଯାଉଛି ବୋଲି ଅଭିଯୋଗ ହୋଇଛି।

Catch News

ସୁରଟ ମୁନିସିପାଲ୍‌ କମିସନର୍‌ ବାଞ୍ଛାନିଧି ପାଣି ଶୁକ୍ରବାର ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଏମ୍‌ସି ଦ୍ବାରା ଚାଳିତ ସୁରଟ ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ଏଜୁକେସନ ଆଣ୍ଡ୍‌ ରିସର୍ଚରେ ଫେବ୍ରୁଆରି ୨୦ ତାରିଖରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।

ହସ୍ପିଟାଲ୍‌ର ବିଭିିନ୍ନ ବିଭାଗରେ ଟ୍ରେନି ଭା‌ବେ ଗତ ୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ମହିଳା କର୍ମଚାରୀମାନଙ୍କୁ ରେଗୁଲାର୍‌ କରିବାକୁ ସେମାନଙ୍କ ଫିଜିକାଲ୍‌ ଫିଟ୍‌ନେସ ପରୀକ୍ଷା ପାଇଁଁ ଉଲଗ୍ନ କରା ଯାଉଥିବା ବୋଲି ଜାଣିବାକୁ ମିଳିଛି।

ତେବେ, ଏ ନେଇ ହସ୍ପିଟାଲ୍‌ର କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି କି ହସ୍ପଟାଲ୍‌ରେ କରାଯାଉଥିବା ବାଧ୍ୟତାମୂଳକ ଟେଷ୍ଟ୍‌ରେ ସେମାନେ ଅରାଜି ନୁହଁନ୍ତି। ମାତ୍ର ଯେଉଁଭଳି ଭାବେ ମହିଳା କର୍ମଚାରୀଙ୍କୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ୱାର୍ଡରେ ଉଲଗ୍ନ କରି ଛିଡ଼ା କରାଯାଉଛି ତାହା ଠିକ୍‌ ନୁହେଁ।

 

ସମ୍ବନ୍ଧିତ ଖବର