ପୁଣି କର୍ଣ୍ଣାଟକ ସରକାର ଉପରେ ବିପଦର କଳାବାଦଲ, ଦିନକୁ ଦିନ ଖରାପ ହେଉଛି କଂଗ୍ରେସ-ଜେଡିଏସ ସଂପର୍କ

ବାଙ୍ଗାଲୁରୁ : ବହୁ କସରତ ପରେ କର୍ଣ୍ଣାଟକରେ ଶାସନ କରୁଥିବା ଏଚଡି କୁମାରସ୍ୱାମୀ ସରକାର ପାଇଁ ଏପର୍ଯ୍ୟନ୍ତ ବିପଦ ଟଳିନାହିଁ । ନାନା ଝଡ଼ଝଞ୍ଜା ଦେଇ ଏହି ମିଳିତ ସରକାର ଚାଲିଛି । ଏବେ ଆଉ ଏକ ବିପଦ ଦେଖାଦେଇଛି । ତାହା ହେଉଛି, ଦୁଇ ମେଣ୍ଟ ସହଯୋଗୀ କଂଗ୍ରେସ ଓ ଜେଡିଏସ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଖରାପ ହେଉଛି । ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଆସନ ଭାଗବଣ୍ଟାନକୁ ନେଇ କଂଗ୍ରେସ ବଡ଼ଭାଇ ପଣିଆ ଦେଖାଉଥିବାରୁ ଜେଡିଏସ ତାହାର ଦୃଢ ବିରୋଧ କରିଛି । ଜେଡିଏସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆଜି କହିଛନ୍ତି ଯେ ତାଙ୍କ ଦଳକୁ ଏକ ତୃତୀୟଶ୍ରେଣୀ ନାଗରିକ ଭାବେ ବ୍ୟବହାର କରିବା ଉଚିତ ନୁହେଁ । ଆସନ୍ତା ନିର୍ବାଚନରେ ବିଜେପିକୁ ହରାଇବାକୁ ହେଲେ ଦୁଇଦଳ ଦିଅନିଅ (ଅର୍ଥାତ କିଛିଟା ତ୍ୟାଗ ଓ କିଛିଟା ଲାଭ) ନୀତି ଅବଲମ୍ବନ କରିବା ଆବଶ୍ୟକ । ଉଭୟଦଳ ଏକାଠି ହୋଇ ଲୋକସଭା ନିର୍ବାଚନକୁ ଯିବା ଉଚିତ ଓ ଦେଶର ବାତାବରଣକୁ ଖରାପ କରୁଥିବା ବିଜେପିକୁ ଅଟକାଇବା ଉଚିତ ।

ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଡିଏ ଶିବକୁମାର କହିଥିଲେ ଯେ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ୩ ଜଣ କଂଗ୍ରେସ ବିଧାୟକ ମୁମ୍ବାଇରେ ବିଜେପି ନେତାଙ୍କ ସହ ସମୟ ବିତାଉଛନ୍ତି ।

ସମ୍ବନ୍ଧିତ ଖବର