କେଉଁମାନେ କରିବେ କରୋନା ପରୀକ୍ଷା ? ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୬ ଲକ୍ଷ ଟପିଯାଇଛି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୯୦୦ଟି ସଂକ୍ରମିତ ମାମଲା ଜଣାପଡ଼ିଛି । ଦିନକୁ ଦିନ ଏହା ବ୍ୟାପିଚାଲିଥିବାବେଳେ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଶେଷକରି ପରୀକ୍ଷା କିଟର ବ୍ୟାପକ ଅଭାବ ଦେଖାଦେଇଛି । ଏହା ଫଳରେ ଅଧିକରୁ ଅଧିକ ଲୋକଙ୍କୁ ପରୀକ୍ଷା କରିବା ସମ୍ଭବ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି କେଉଁମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ସେ ନେଇ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।


ଏହି ଗାଇଡଲାଇନ ଅନୁସାରେ ଯେଉଁମାନେ ଗତ ୧୪ ଦିନ ମଧ୍ୟରେ ବିଦେଶ ଯାତ୍ରା କରିଛନ୍ତି, ଏବେ କରୋନା ପଜିଟିଭ ଥିବା ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଓ ଯେଉଁମାନେ ପୂର୍ବରୁ ସାରସ ଓ ଇନଫ୍ଲୁଏନଜା ସଂକ୍ରମିତ ହୋଇଥିଲେ । ଏପରି ଲୋକମାନଙ୍କ ଶରୀରରେ କରୋନା ସଂପର୍କିତ ଲକ୍ଷଣ ଦେଖାଦେଲେ ସେମାନେ ପରୀକ୍ଷା କରିବା ଉଚିତ । ଆହୁରି ମଧ୍ୟ ଶରୀରରେ କୌଣସି ଲକ୍ଷଣ ନଥିଲେ ମଧ୍ୟ କେତେକ ଲୋକଙ୍କୁ ପରୀକ୍ଷା କରିବାକୁ ହେବ । ସେମାନେ ହେଲେ ,ଯେଉଁମାନେ ସଂକ୍ରମିତ ଲୋକଙ୍କ ଘରେ ରହୁଛନ୍ତି ଓ ସ୍ୱାସ୍ଥ୍ୟକର୍ମୀ ।

ସମ୍ବନ୍ଧିତ ଖବର