ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସବୁଠୁ ଲୋକପ୍ରିୟ ସ୍କୁଟର ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟ ଭାଗରେ କଂପାନି ଏହି ସଫଳତା ହାସଲ କରିଛି ଯାହାକୁ ନେଇ ହୋଣ୍ଡା ଅତ୍ୟନ୍ତ ଉଲ୍ଲସିତ ହୋଇପଡ଼ିଛି। କଂପାନି ପକ୍ଷରୁ ଘୋଷଣା କରାଯାଇଛି ହୋଣ୍ଡା ଆକ୍ଟିଭା ୨ କୋଟି ପରିବାରର ବିଶ୍ୱାସ ହାସଲ କରିଛି ଓ ଏହା ହେଉଛି ଭାରତର ସର୍ବାଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନ। ପ୍ରଥମ ଏକ କୋଟି ଆକ୍ଟିଭା ବିକ୍ରି କରିବାକୁ ହୋଣ୍ଡାକୁ ୧୫ ବର୍ଷ ସମୟ ଲାଗିଥିଲା ପରବର୍ତି ଆଉ ଏକ କୋଟି ଆକ୍ଟିଭା ମାତ୍ର ତିନି ବର୍ଷ ଭିତରେ ବିକ୍ରି ହୋଇଛି । ଭାରତରେ ଏବେ ପ୍ରତି ୯ ସେକେଣ୍ଡ୍ରେ ଜଣେ ଗ୍ରାହକ ହୋଣ୍ଡା ଆକ୍ଟିଭା ପରିବାରରେ ସାମିଲ ହେଉଛନ୍ତି । ଏ ସମ୍ପର୍କରେ ମିନୁରୋ କାଟୋ, ପ୍ରେସିଡେଣ୍ଟ ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ କହିଛନ୍ତି ଯେ ୧୮ ବର୍ଷ ଓ ୫ ପିଢ଼ି ଭିତରେ ହୋଣ୍ଡା ୨ ହ୍ଵିଲର୍ସ ଇଣ୍ଡିଆ ନିୟମିତ ବ୍ୟବଧାନରେ ମୂଲ୍ୟ ସଂଯୋଗ କରି ଗ୍ରାହକଙ୍କ ଆଶା ଠାରୁ ଅଧିକ ପ୍ରଦାନ କରିଛି ଓ ଏଥି ସହିତ ଆକ୍ଟିଭାକୁ ଭାରତୀୟ ଦୁଇ ଚକିଆ ଗ୍ରାହକଙ୍କ ଅଗ୍ରାଧିକାର ପସନ୍ଦରେ ପରିଣତ କରିପାରିଛି । ଆମେ ବହୁ ଖୁସିରେ ଆକ୍ଟିଭା ୨ କୋଟି ପରିବାରର ସ୍ୱପ୍ନର ଯାତ୍ରାରେ ସହଯୋଗୀ ହୋଇପାରିଛୁ। ଆକ୍ଟିଭା ପ୍ରତି ଭଲ ପାଇବା ବୃଦ୍ଧି ପାଉଥିବାରୁ ଆମେ ନୂତନ ଆହ୍ଵାନ ଓ ଗ୍ରାହକଙ୍କ ପାଇଁ ଖୁସି ଆଣିବା ନିମନ୍ତେ ସବୁ ବେଳେ ପ୍ରସ୍ତୁତ।’’