ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ। ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: କୌଣସି ଖାସ୍‌ କାମରେ ଆପଣଙ୍କୁ ଫାଇଦା ହେବ। ଅଫିସରେ ସମସ୍ତଙ୍କ ସହିତ ଉତ୍ତମ ସଂପର୍କ ବଜାୟ ରହିବ। ବ୍ୟବସାୟ ସ˚କ୍ରାନ୍ତରେ ଦିନଟି ଭଲ। ଅନ୍ତରଂଗ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ପାରିବାରିକ ମାମଲାରେ ଏଣେତେଣେ ଦୌଡ଼ିବାକୁ ପଡ଼ିବ। କୌଣସି କଥାକୁ ନେଇ ଭାଇଙ୍କ ସହିତ ମତଭେଦ ହେବ। ବ୍ୟବସାୟରୁ ଆଶାଠୁଁ କମ୍‌ ଲାଭ ପାଇବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

କର୍କଟ: ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମର ଭଲ ଫଳ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ସି˚ହ: ଦିନଟି ଖୁସିରେ ଭରା ରହିବ। ବ୍ୟବସାୟ‌େର ପରିବର୍ତ୍ତନ ଯୋଗୁ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ସମାଜରେ ଆପଣଙ୍କ କାମର ପ୍ରଶ˚ସା ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କନ୍ୟା: ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଚକିତ କରିଦେବେ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ବର।

ତୁଳା: ନିଜର ଊର୍ଜାକୁ ଭଲ କାମରେ ସ˚ଶ୍ଳିଷ୍ଟ କରିବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ବ୍ୟୟ କରିବେ। ବରିଷ୍ଠଙ୍କ ସହଯୋଗରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ। ଅଫିସରେ କାହାରି ସହିତ ଯୁକ୍ତିତର୍କ ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

ବିଛା: ଦିନଟି ବଢ଼ିଆ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବାର ସମ୍ଭାବନା। କାରବାରରେ କୌଣସି ନୂଆ ସଉଦା ହେବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରି ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ। ପାରିବାରିକ ଅଶାନ୍ତିର ସମାଧାନ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ପରିବାର ସହିତ ହସଖୁସିର ମୁହୂର୍ତ୍ତ ବିତେଇବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ଠିକ୍‌ଠାକ୍‌ ରହିବ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ଭଲ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବନ୍ଧୁଙ୍କ ମାଧୢମରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

ମୀନ: ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ବ୍ୟବସାୟରୁ ଅଚାନକ ଧନଲାଭ ହେବ। କୌଣସି ମିତ୍ର ଆପଣଙ୍କୁ ଦେଖା କରିବାକୁ ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର