ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ସକାରାତ୍ମକ ଭରା ରହିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କଟକଚଣ୍ତୀ।

ବୃଷ: ଆଜି ପୂର୍ବ ଦିନ ଅପେକ୍ଷା ସାମାନ୍ୟ ଭଲ ରହିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୌଣସି ସ˚ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।


ମିଥୁନ: ଦିନସାରା ଖୁସି ମନରେ ରହିବେ। ଉଚ୍ଚପଦ ଅଳଙ୍କୃତ ପାଇଁ ବାଧା ଦୂର ହେବ। ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀ ଗଣେଶ।

କର୍କଟ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅଫିସରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଠିକ୍‌ଠାକ୍‌ ରହିବ। ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆୟ ବୃଦ୍ଧିର ଯୋଗ ରହିଛି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଙ୍କୁ ଆଜି କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଦିନଟି ଉତ୍କର୍ଷପୂର୍ଣ୍ଣ ରହିବ। କୌଣସି କ˚ପାନିରେ ଚାକିରିରେ ଡାକରା ଆସିବ। କାରବାରରେ ଅଚାନକ ଫାଇଦା ହୋଇପାରେ। ପାରିବାରିକ ଦାୟିତ୍ବ ପୂରା ହେବାରୁ ଆପଣଙ୍କୁ ସନ୍ତୋଷ ମିଳିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବନ୍ଧୁମାନଙ୍କ ମଧୢରେ ଆପଣଙ୍କର ସମ୍ମାନ ବଢ଼ିପାରେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଦିନଟି ଅନୁକୂଳ ରହିବ। ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ବରୀ।

ଧନୁ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନ‌େର ବିଶ୍ବାସ ବୃଦ୍ଧି ହେବ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସି‌େବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ବ୍ୟବସାୟ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ହର ପାର୍ବତୀ।

ମକର: କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ପିତାମାତାଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ; ସଫଳତା ପାଇବେ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ଆଜି ଆପଣଙ୍କ ଆତ୍ମବିଶ୍ବାସ ଉଚ୍ଚା ରହିବ। ପରିଧାନ ବ୍ୟବସାୟୀ ବ୍ୟବସାୟ ବିସ୍ତାର କରିବେ। କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶ˚ସା କରିବେ। ନୂଆ ଦାୟିତ୍ବ ମିଳିପାରେ। ଛାତ୍ରୀଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମୀନ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ଆପଣ ଯାହା ଚାହିଁଥିଲେ, ତାହା ଆପଣଙ୍କୁ ମିଳିବ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ଫାଇଦା ହେବ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର