ପିଲାମାନଙ୍କ କଥାର ଉତ୍ତର ମୁଁ ଦିଏ ନାହିଁ, ରାହୁଲଙ୍କୁ ଆକ୍ଷେପ କରି କହିଲେ ମମତା

କୋଲକତା : ପିଲାମାନଙ୍କ କଥାର ଉତ୍ତର ମୁଁ ଦିଏ ନାହିଁ ।  ରାହୁଲ ଗାନ୍ଧିଙ୍କୁ ଆକ୍ଷେପ କରି ପଶ୍ଚିମ ବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜି ଏକଥା କହିଛନ୍ତି । ରାହୁଲ ତାଙ୍କୁ ସ୍ବେଚ୍ଛାଚାରୀ ଓ ମିଥାବାଦୀ କହିବା ପ୍ରତିକ୍ରିୟାରେ ସେ ଏକଥା କହିଛନ୍ତି । ସେ ମଧ୍ୟ ରାହୁଲଙ୍କ ସର୍ବନିମ୍ନ ଆୟ ସ୍କିମ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଗତ ସପ୍ତାହରେ ରାହୁଲ ଗାନ୍ଧି ପଶ୍ଚିମ ବଙ୍ଗର ମାଲଦାଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ମମତାଙ୍କୁ ଟାର୍ଗେଟ କରି କହିଥଲେ ଯେ ସେ ମନଇଚ୍ଛା ପଶ୍ଚିମବଙ୍ଗକୁ ଚଳାଉଛନ୍ତି । ସେ କାହାସହିତ କଥା ହୁଅନ୍ତି ନାହିଁ ବା କାହାର ପରାମର୍ଶ ନିଅନ୍ତି ନାହିଁ ।

ଏହି ସଭାରେ ଉଦବୋଧନ ଦେଇ ରାହୁଲ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଦେଶରେ ବେକାରି ସ୍ଥିତି ବେଶ ଚିନ୍ତାଜନକ ରହିଛି । କୃଷମାନେ କୌଣସି ସହାୟତା ପାଉନାହାନ୍ତି । କିନ୍ତୁ ମୋଦି ମିଛ କହିବାରେ ବ୍ୟସ୍ତ ଅଛନ୍ତି । ସେ ବାରମ୍ବାର ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି । କିନ୍ତୁ କୌଣସି ପ୍ରତିଶ୍ରୁତିକୁ ପୂରଣ କରୁନାହାନ୍ତି ।

ସମ୍ବନ୍ଧିତ ଖବର