େଓ୍ଵଲିଂଟନ୍: ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ ୪-୧ରେ ଧରାଶାୟୀ କରିଥିବା ଭାରତ ଆଜି ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳିବ। ଟସ୍ ଜିଣି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି େଓ୍ଵଲିଂଟନର େଓ୍ଵଷ୍ଟପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ନ୍ୟୁଜିଲାଣ୍ଡରେ ଭାରତ ପୂର୍ବରୁ କେବେ ବି କୌଣସି ଟି-୨୦ ମ୍ୟାଚ୍ ଜିତି ନ ଥିବାରୁ ସଂପୂର୍ଣ୍ଣ ଶୃଙ୍ଖଳା ହେଉକି, ଗୋଟିଏ ମ୍ୟାଚ୍, ଯାହା ବି ଜିତିବ ଭାରତ, ତାହା ନୂଆ କୀର୍ତ୍ତିମାନର ଅଧିକାରୀ କରିବ । ବିରାଟ କୋହଲି ବିଶ୍ୱକପ୍ ପୂର୍ବରୁ ବିଶ୍ରାମ ନେଉଥିବାରୁ ରୋହିତ ଶର୍ମା ଏହି ଶୃଙ୍ଖଳାରେ ଭାରତର ନେତୃତ୍ୱ ନେଉଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଋଷବ ପନ୍ତ, ବିଜୟ ଶଙ୍କର,ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ଓ୍ଵିିଲୟମସନ୍ (ଅଧିନାୟକ), କଲିନ୍ ମୁନ୍ରୋ, ଟିମ୍ ସିଫର୍ଟ, ରସ୍ ଟେଲର, ଡାରିଲ ମିଚେଲ, କଲିନ୍ ଡି ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ସ୍କଟ୍ କୁଗେଲିନ୍, ଲୋକି ଫର୍ଗୁସନ, ଟିମ୍ ସାଉଦି, ଈଶ୍ ସୋଢ଼ୀ I