ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୭୭ ଛୁଇଁଲା, ମୃତ୍ୟୁସଂଖ୍ୟା ୮୩

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୭୭ କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୨୧୯ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂଧ୍ୟା ୬ଟା ବେଳେ ଜାରି ତଥ୍ୟରେ କୁହାଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶରେ ୨୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଜଣେ ବ୍ୟକ୍ତି ବିଦେଶକୁ ପଳାଇଯାଇଛନ୍ତି ।

ଆଜି ଭାରତର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି । କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ।
ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୨୪ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୬୬,୫୦୨ରେ ପହଞ୍ଚିଛି । ସୁଖର କଥା ହେଉଛି ସମଗ୍ର ବିଶ୍ୱରେ ପ୍ରାୟ ୨ ଲକ୍ଷ ୫୩ ହଜାର ଲୋକ ଆରୋଗ୍ୟଲାଭ କରିଛନ୍ତି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୧ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୮୪୫୪ ରେ ପହଞ୍ଚିଛି । ଇଟାଲିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୫୩୬୨ ରେ ପହଞ୍ଚିଛି । ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୨୪୧୮ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର