ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ କାଲିଠାରୁ ଆରମ୍ଭ: କେବଳ ମତଦାନ ନୁହେଁ, ନିର୍ବାଚନ ସଂପର୍କିତ ଏହି ସବୁ କଥା ଜାଣିବା ବି ଆମର ଅଧିକାର

ନୂଆଦିଲ୍ଲୀ: ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆସନ୍ତାକାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି। ଭାରତ ବର୍ଷର ନିର୍ବାଚନ ହେଉଛି ଦେଶର ସବୁଠାରୁ ବଡ଼ ନିର୍ବାଚନ। ଏହି ନିର୍ବାଚନକୁ ନେଇ ରହିଛି ଗୁଡ଼ାଏ କଥା। ଆସନ୍ତୁ ସେଥିରୁ ଅଳ୍ପ କିଛି ଜାଣିବା।

: ପ୍ରଥମ ଥର ଲୋକସଭା ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେ ସମୟରେ ୧୦୪.୫ ମିଲିୟନ୍‌ ମତଦାତା ମତଦାନ କରିଥିବା ବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ସମୁଦାୟ ୩୮.୭ ବିଲିୟନ ମତଦାତା ମତଦନ କରିଥିଲେ।

: ପ୍ରଥମ ଲୋକସଭା ନିର୍ବାଚନ ୪୮୯ ଆସନ ବିଶିଷ୍ଟ ହୋଇଥିବା ବେଳେ ୧୯୭୭ ମସିହାରେ ଏହା ୫୪୩କୁ ବୃଦ୍ଧି ପାଇଥିଲା।

: ୧୯୫୨ ମସିହାରେ ସମୁଦାୟ ୫୩ଟି ରାଜନୈତିକ ଦଳ, ୫୩୩ ପ୍ରାର୍ଥୀ ଓ ୪୮୯ ଆସନ ରହିଥିବା ବେଳେ ୨୦୧୪ ମସିହାରେ ସମୁଦାୟ ୪୬୪ ରାଜନୈତିକ ଦଳ, ୩ ହଜାର ୨ ୩୪ ପ୍ରାର୍ଥୀ ଓ ୫୪୩ ଆସନ ରହିଛି।

: ୨୦୧୪ ନିର୍ବାଚନ ସମୟରେ ୯ ଲକ୍ଷ ମତଦାନ ମତଦାନ ଷ୍ଟେସନ୍‌ ରହିଥିବା ବେଳେ ଚଳିତ ନିର୍ବାଚନରେ ୧୯ ଲକ୍ଷ ଷ୍ଟେସନ ଗଠନ ହେବ।

: ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରୁ ଇଭିଏମ୍‌ ମେସିନ୍‌ ଓ ବାଲାଟ୍‌ ପେପର୍‌ରେ ମତାଦାତାଙ୍କ ଫଟୋ ରହିବ।

: ନିର୍ବାଚନର ଅନ୍ୟ ସମସ୍ତ ଖର୍ଚ୍ଚ ଭାରତ ସରାକାର ବହନ କରୁଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ପାରିତ୍ୱଷିକ ନିର୍ବାଚନ କମିସନ ଦେଇଥାଏ।

: ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକା ସାଥିରେ ହୋଇଥିଲେ ବିଧାନସଭା ନିର୍ବାଚନ ପାଇଁ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଲେଖାଏ ବହନ କରିଥାନ୍ତି।

: ଲୋକସଭା ନିର୍ବାଚନରେ ବିକଳ୍ପଗୁଡ଼ିକ ମଧ୍ୟରେ ‘ନୋଟା’  ପ୍ରଥମ କରି ୨୦୧୪ ମସିହାରେ ସାମିଲ୍‌ ହୋଇଛି।

ସମ୍ବନ୍ଧିତ ଖବର