ଜୟପୁର: ରାଜସ୍ଥାନ ରୟାଲସ୍ ମଙ୍ଗଳବାର ୭ ଓ୍ଵିକେଟରେ ବେଙ୍ଗାଲୁରୁକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଦଳ ୧୯.୫ ଓଭରରେ ୩ଟି ଓ୍ଵିକେଟ ହରାଇ ୧୬୪ ରନ୍ କରିଛି। ଷ୍ଟିଭେନ ସ୍ମିଥ ୩୧ଟି ବଲ ଖେଳି ୩୧ ରନ କରିଛନ୍ତି। ରାହୁଲ ତ୍ରିପାଠୀ (୩୪ ରନ୍, ୨୩ ବଲ, ୩ ଚୌକା ଓ ୧ ଛକା) ଓ ବେନ୍ ଷ୍ଟୋକସ୍ (୧ରନ୍, ୨ ବଲ)ଅପରାଜିତ ପାଭଲିଅନ୍ ଫେରିଛନ୍ତି।
ଦ୍ୱିତୀୟ ଇନିଂସରେ ୧୫୯ ରନ୍ ବିଜୟ ଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲସ୍ ବ୍ୟାଟିଂ କରିଥିଲା। ଟିମ୍ ଆରମ୍ଭରୁ ଭଲ ଖେଳିଥିଲା। ପ୍ରଥମ ଓ୍ଵିକେଟ୍ରେ ୭.୪ ଓଭରରେ ରାଜସ୍ଥାନ ୬୦ ରନ୍ କରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ୨୦ଟି ବଲ ଖେଳି ୨୨ ରନ୍ କରିଥିଲେ। ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଆଉଟ୍ ହେବା ପୂର୍ବରୁ ରାହାଣେ ୪ଟି ଚୌକା ମାରିଥିଲେ।
ରାଜସ୍ଥାନ ୨ୟ ଓ୍ଵିକେଟ ଭାବରେ ଜୋସ୍ ବଟଲର (୫୯ ରନ୍, ୪୩ ବଲ, ୮ ଚୌକା ଓ ୧ ଛକା)ଙ୍କୁ ହରାଇଥିଲା। ୟୁଜବେନ୍ଦ୍ର ଚହଲଙ୍କ ଷ୍ଟୋଇନିସ୍ଙ୍କୁ କ୍ୟାଚ ଦେଇ ବଟଲର ପାଭଲିଅନ୍ ଫେରିଥିଲେ। ୧୨.୪ ଓଭରରେ ରାଜସ୍ଥାନ ୧୦୪ ରନ୍ରେ ୨ୟ ଓ୍ଵିକେଟ ହରାଇଥିଲା।
/sambad/media/post_attachments/wp-content/uploads/2019/04/rr-2.jpg)
ପ୍ରଥମ ଇନିଂସରେ ରାଜସ୍ଥାନ ରୟାଲସ୍କୁ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୯ ରନ୍ ଟାର୍ଗେଟ ଦେଇଥିଲା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ (୬୭ ରନ୍, ୪୧ ବଲ, ୯ ଚୌକା ଓ ୧ ଛକା) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୫୮ ରନ୍ କରିଥିଲାି। ଟସ୍ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।
/sambad/media/post_attachments/wp-content/uploads/2019/04/rcb-1-300x168.jpg)
ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୪୯ ରନ୍ରେ ୬.୩ ଓଭରରେ ବେଙ୍ଗାଲୁରୁକୁ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି (୨୩ ରନ୍, ୨୫ ବଲ୍, ୩ ଚୌକା) କରି ଶ୍ରେୟସ ଗୋପାଳଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସ୍କୋର ୭୧ ରନ୍ରେ ଏବି ଡିଭିଲିୟର୍ସ (୧୩ ରନ୍, ୯ବଲ, ୨ ଚୌକା) ଶ୍ରେୟସ ଗୋପାଳଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ସିମ୍ରନ ହେଟମେୟର ମାତ୍ର ୧ ରନ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ସ୍କୋର ୧୨୬ ରନ୍ ଥିଲା।