ଜମ୍ମୁ-କଶ୍ମୀର: ନଦୀକୁ ଭ୍ୟାନ୍‌ ଖସି ପଡ଼ି ୧୩ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୋର ଜିଲ୍ଲାର ଚେନାବ ନଦୀରେ ଏକ ବଡ଼ ଭ୍ୟାନ୍‌ ଖସି ପଡ଼ିବାରୁ ଶୁକ୍ରବାର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ ଲୋକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ଥ ଗାଡ଼ିଟି ସମୁଦାୟ ୨୫ ଜଣଙ୍କୁ ନେଇ ଯାତ୍ରା କରୁଥିଲା।

ଗାଡ଼ିଟି କେସନରୁ କିସ୍ତୋର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଚାଳକ ଜଣକ ଗାଡ଼ି ଚଳାଉଥିବା ସମୟରେ ହଠାତ ଆୟତ୍ତ ହରାଇ ବସିବାରୁ ଏହି ଦୁର୍ଘଟଣା ହୋଇଥିଲା। କିସ୍ତୋରରୁ ୧୮ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଯାଇଛି।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ଜମ୍ମ ୁ-କଶ୍ମୀର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବଡ଼ ଧରଣର ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି।

ଏହି ଦୁର୍ଘଟଣା ପ୍ରାୟ ସକାଳ ୯ଟା ସମୟରେ ଘଟିଥିଲା। ଜାଣିବାକୁ ମିଳିଛି ଯେ ଗାଡ଼ିଟିରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିବାରୁ ଚାଳକ ଆୟତ୍ତ ହରାଇଥିଲେ। ଗତ ମାସ ମଧ୍ୟ ସଡ଼କ ଦୁର୍ଘଟଣାରେ କିସ୍ତୋର ଜିଲ୍ଲା ରୁ ୧୨ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର