ବିଜେପିରେ ଯୋଗ ଦେଲେ ଜୟପ୍ରଦା, ରାମପୁରରେ ଆଜମ ଖାନ୍‌ଙ୍କୁ ଦେବେ ଟକ୍କର

ଲକ୍ଷ୍ନୌ : କିଛି ଦିନ ହେଲା ବଲିଉଡ୍‌ ଫିଲ୍ମ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଆଜି ସେ ବିଜେପିରେ ଯୋଗ ଦେଇ ହେଉଥିବା ଚର୍ଚ୍ଚାକୁ ସତ ବୋଲି ପ୍ରମାଣ କରିଛନ୍ତି । ବିଜେପିରେ ଯୋଗ ଦେବା ପରେ ସେ ରାମପୁରରୁ ବିଜେପିର ପ୍ରାର୍ଥୀ ହେବା ସହ ସମାଜବାଦୀ ପାର୍ଟିର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବୋଲି କୁହାଯାଉଥିବା ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ବୋଲି ଜଣା ପଡ଼ିଛି । ବିଜେପି ସୋମବାର ବିଳମ୍ବିତ ସଂନ୍ଧ୍ୟାରେ ଜୟପ୍ରଦାଙ୍କ ନାମ ଘୋଷଣା କରିବ ବୋଲି ସୂଚନା ମିଳିଛି ।

India.com

ସୂଚନା ମୁତାବକ, ପ୍ରଥମେ ଜୟପ୍ରଦା ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଯୋଗ ଦେବା ପରେ ସେ ପ୍ରଥମେ ରାମପୁରରୁ ଲୋକସଭା ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର