ଝାଡଖଣ୍ଡରେ ମହାମେଣ୍ଟ: କଂଗ୍ରେସ, ଜେଏମଏମ୍‌, ଜେଭିଏମ୍‌ ଏବଂ ଆରଜେଡି ମଧ୍ୟରେ ହେଲା ଆସନ ଭାଗବଣ୍ଟା

ରାଞ୍ଚି: ଝାଡ଼ଖଣ୍ଡରେ ମହାମେଣ୍ଟରେ ଆସନ ଭାଗବଣ୍ଟା ଫର୍ମୁଲା ଘୋଷଣା ହୋଇଛି। ଏଥିରେ କଂଗ୍ରେସକୁ ସର୍ବାଧିକ ୭ ଆସନ ଭାଗ ମିଳିଛି। ସେହିପରି ଜେଏମ୍‌ଏମ୍‌କୁ ୪ ଆସନ, ଜେବିଏମ୍‌କୁ ୨ ଆସନ ଏବଂ ରାଷ୍ଟ୍ରୀୟ ଜନତା ଦଳକୁ ଗୋଟିଏ ଆସନ ମିିଳିଛି। ମାତ୍ର ବାମଦଳକୁ ନେଇ ଆସନ ଘୋଷଣା ହୋଇ ନାହିଁ। ଆରଜେଡି ନେତା ୨ଟି ଆସନ ମାଗିଥିବା ବେଳେ ଗୋଟିଏ ଆସନ ଦିଆଯାଇଛି।

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନଙ୍କ ନିବାସରେ କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର, ହେମନ୍ତ ସୋରେନ ଏବଂ ବାବୁଲାଲ ମାରାଣ୍ଡି ଆସନ ଭାଗବଣ୍ଟା ନେଇ ଆଲୋଚନା କରିଥିଲେ। ମାତ୍ର ଆରଜେଡି ଏହି ବୈଠକରେ ଯୋଗଦେଇ ନଥିଲା। ରାଜ୍ୟ ସଭାପତି ଅଜୟ କୁମାର ଆସନ ଭାଗବଣ୍ଟା ଫର୍ମୁଲା ଘୋଷଣା କରିବାକୁ ଯାଇ କହିଛନ୍ତି, ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡରେ ନେତୃତ୍ୱ କରିବେ। ସେହିପରି ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱ ନେବ।

ଅଜୟ କୁମାର କହିଛନ୍ତି, ଝାଡ଼ଖଣ୍ଡରେ କଂଗ୍ରେସ ୭ (ରାଞ୍ଚି, ଖୁଣ୍ଟି, ଲୋହରଦଗା, ଧନବାଦ, ଚତରା, ହଜାରୀବାଗ ଏବଂ ଚାଇଁବସା), ଜେଏମଏମ ୪ ଆସନ (ଡୁମକା, ରାଜମହଲ, ଗିରଡିହ, ଜାମେସେଦପୁର), ଜେଭିଏମ ୨ ଆସନ (କୋଡରମା), ଗଡ୍ଡା ଆସନରେ ଲଢ଼ିବ। ଆରଜେଡିକୁ ପଲାମୁ ଆସନ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର