ବିଜେଡିରେ ମିଶିଲେ ମୟୂରଭଞ୍ଜର ଟାଣୁଆ ନେତା ରାଜକିଶୋର ଦାସ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍‌ ନେତା ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ଆଜି ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ।

ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଏପରିକି ରାଜକିଶୋର ମୟୂରଭଞ୍ଜରେ ବିଜେପିର ମଙ୍ଗ ଧରି ଆସୁଥିଲେ । ତେବେ ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ରାଜଶେଖରଙ୍କୁ ଦଳ ପକ୍ଷରୁ ସେଭଳି କୌଣସି ସଂକେତ ମିଳି ନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ କରି ବିଜେପିକୁ ବାଏ ବାଏ କରିଥିଲେ ରାଜକିଶୋର । ଗତ ୨୩ ତାରିଖରେ ବିଜେପିର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ସହ ତୁରନ୍ତ ଏହାକୁ ଗ୍ରହଣ କରିବାକୁ କହିଥିଲେ ।

ସମ୍ବନ୍ଧିତ ଖବର