କନ୍ଧମାଳ ଜିଲ୍ଲାରେ ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଅବକାରୀ ଏବଂ ପୁଲିସ ବିଭାଗ ପକ୍ଷରୁ ସଂଯୁକ୍ତ ଚଢ଼ାଉ କରି ୧୨୯ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜଜେସପଙ୍ଗା ପଡ଼ିଆପଙ୍ଗା ଏବଂ ପିଅନପଡ଼ାରେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ୧,୨୯,୦୦୦ ଗଞ୍ଜେଇ ଗଛର ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୯ଟା ୩୦ରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଅପରାହ୍ନ ୩ଟା ୩୦ରେ ଶେଷ ହୋଇଥିଲା। ଏଥିରେ ୧୦୦ ଜଣ ଅଧିକାରୀ ଓ ପୁରୁଷ ଏବଂ ମହିଳା ଶ୍ରମିକ ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର