କୁମ୍ଭମେଳା : ମକର ସଂକ୍ରାନ୍ତିଠାରୁ ଏପର୍ଯ୍ୟନ୍ତ ମୋଟ ୧୨.୫ କୋଟି ଲୋକ ବୁଡ ପକାଇଛନ୍ତି

ପ୍ରୟାଗରାଜ : ଆଜି ହେଉଛି ପବିତ୍ର ସୋମବତୀ ମୌନୀ ଅମବାସ୍ୟା ବା ତ୍ରୀବେଣୀ ଅମାବାସ୍ୟା । ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଶାହୀ ସ୍ନାନ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ଦେଶ ବିଦେଶରୁ ଆସିଥିବା ପ୍ରାୟ ୩ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ପବିତ୍ର ସଂଗମରେ ସ୍ନାନ କରିଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ଏକ ଅଟକଳ ଅନୁସାରେ ଗତ ମକର ସଂକ୍ରାନ୍ତିଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨.୫ କୋଟି ଲୋକ ବୁଡ ପକାଇଛନ୍ତି । ୧୪ ଜାନୁୟାରୀରୁ ୨ ଫେବ୍ରୁଆରୀ ମଧ୍ୟରେ ପ୍ରାୟ ୭.୫ କୋଟି ଲୋକ ସ୍ନାନ କରିଛନ୍ତି । ସେହିପରି ୩ ଓ ୪ ଫେବ୍ରୁଆରୀରେ ମୋଟ ୫ କୋଟି ଲୋକ ସ୍ନାନ କରିଥିବା ଅଟକଳ କରାଯାଇଛି ।

କୁମ୍ଭ ମେଳା ଅବସରରେ ନାଗା ସାଧୁ ଓ ଅନ୍ୟ ସାଧୁ ମାନେ ପ୍ରଥମେ ସ୍ନାନ କରନ୍ତି । ଏହାକୁ ଶାହୀ ବା ରାଜଯୋଗୀ ସ୍ନାନ ବୋଲି କୁହାଯାଏ । ବିଭିନ୍ନ ଆଖଡ଼ାର ଏକ ନିର୍ଦ୍ଦିଷ୍ଟ କ୍ରମ ଅନୁସାରେବିଭିନ୍ନ ଆଖଡ଼ା ର ସାଧୁମାନେ ନିଜର ନିଜର ଶିଷ୍ୟ ଓ ରାଜକୀୟ ପଟୁଆର ସ୍ନାନ କରିଥାନ୍ତି ।

ସମ୍ବନ୍ଧିତ ଖବର