୮ଥର ଲୋକସଭା ନିର୍ବାଚନ ଜିତିଥିବା ପ୍ରଥମ ମହିଳା ସାଂସଦ ସୁମିତ୍ରା ମହାଜନ, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନ ଯାତ୍ରାର କାହାଣୀ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଦେଶର ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରୁ ଜଣେ । ଗତ ୩୦ବର୍ଷ ମଧ୍ୟରେ ସେ ୮ଥର ଲୋକସଭା ନିର୍ବାଚନ ଜିତି ସାରିଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରୁ ସେ ନିର୍ବାଚନ ଲଢ଼ିଥିବା ବେଳେ ପ୍ରତି ଥର ସେ ବିଜୟ ଲାଭ କରି ଆସିଛନ୍ତି । ‘ତାଇ’ ନାମରେ ପ୍ରସିଦ୍ଧ ଏହି ୭୫ବର୍ଷୀୟ ବିଜେପି ନେତ୍ରୀ ସୁମିତ୍ରା ମହାଜନ ନିଜ କାର୍ଯ୍ୟକାଳ ମଧ୍ୟରେ ଲୋକସଭା ନିର୍ବାଚନ ହାରି ନାହାନ୍ତି । ଏବେ ସେ ଇନ୍ଦୋର ଲୋକସଭାରୁ ସାଂସଦ ଏବଂ ଲୋକସଭା ଅଧ୍ୟକ୍ଷ ଅଛନ୍ତି । ଲୋକସଭା ଅଧ୍ୟକ୍ଷ ହେବାରେ ସେ ଭାରତର ଦ୍ୱିତୀୟ ମହିଳା  । ଆଜି ଆମେ ତାଙ୍କ ଜୀବନ ସହ ଜଡ଼ିତ କିଛି ଏପରି କଥା ବିଷୟରେ ଜଣାଇବୁ, ଯାହା ବୋଧହୁଏ ଅନେକ ଜାଣି ନ ଥିବେ।

nari.punjabkesari.in

ସୁମିତ୍ରା ମହାଜନଙ୍କ ଜନ୍ମ ମହାରାଷ୍ଟ୍ରର ଚିପ୍‌ଲୁନରେ ଅପ୍ରେଲ ୧୨, ୧୯୪୩ମସିହାରେ ହୋଇଥିଲା । ତାଙ୍କ ବାପା ଶ୍ରୀ ପୁରୁଷୋତ୍ତମ ନୀଳକଣ୍ଠ ସାଠେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଥିଲେ।  ଛୋଟ ଥିବା ସମୟରେ ତାଙ୍କ ମା’ ଶ୍ରୀମତୀ ଉଷା ଦେବୀ ମୃତ୍ୟୁବରଣ କରିଥିବା ବେଳେ ୧୫ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ନିଜ ଭାଇଭଉଣୀଙ୍କ ସହ ରହିବାକୁ ଲାଗିଥିଲେ ସୁମିତ୍ରା ମହାଜନ । ଇନ୍ଦୋରର ଦେବୀ ଅହଲ୍ୟା ବାଇ ବିଶ୍ୱବିଦ୍ୟାଳୟରେ ସେ ସ୍ନାତକତ୍ତୋର କରିବା ସହ ଏଲ୍‌ଏଲ୍‌ବି ପାଠ ପଢ଼ିଥିଲେ । ପାଠ ପଢ଼ା ସରିବା ପରେ ସେ ଜାନୁଆରୀ ୨୯, ୧୯୬୫ରେ ଇନ୍ଦୋରରେ ଓକିଲ ଥିବା ଶ୍ରୀ ଜୟନ୍ତ ମହାଜନଙ୍କୁ ବିବାହ କରି ନେଇଥିଲେ । ବିବାହ ପରେ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ସେ ପ୍ରଥମେ ଲୋକସଭା ପାଇଁ ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିଲେ । କାରଣ ଏହା ପୂର୍ବରୁ ସେ ୩ଥର ବିଧାନସଭା ନିର୍ବାଚନ ଲଢ଼ି ହାରି ଯାଇଥିଲେ । କିନ୍ତୁ ଜଣେ ବିଜେପି ନେତାଙ୍କ କହିବା ପରେ ସେ ଲଢ଼ିବା ପାଇଁ ରାଜି ହେବା ସହ ନିର୍ବାଚନ ଜିତିଥିଲେ । ମୀରା କୁମାରଙ୍କ ପରେ ସୁମିତ୍ରା ମହାଜନ ଦ୍ୱିତୀୟ ମହିଳା ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର