ବନ୍ଦ କରି ଦିଅ ପଛେ ଆଧାର ସହିତ ମୋବାଇଲକୁ ଯୋଡ଼ିବି ନାହିଁ: ମମତା

କୋଲକାତା: ମୋବାଇଲ ସହ  ଆଧାରକାର୍ଡ ସଂଯୋଗିକରଣ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କଡ଼ା ଚେତାବନୀ ଦେଇଛନ୍ତି। ମମତା କହିଛନ୍ତି, ତାଙ୍କର ମୋବାଇଲ ନମ୍ବରକୁ ବନ୍ଦ ପଛେ କରି ଦିଆଯାଉ, ତଥାପି ସେ ଆଧାରକାର୍ଡ ସହିତ ମୋବାଇଲ ନମ୍ବରକୁ ଯୋଡ଼ିବେ ନାହିଁ। ଆଧାରକାର୍ଡକୁ ମୋବାଇଲ ନମ୍ବର ସହିତ ନ ଯୋଡ଼ିବାରେ କାରଣ ରହିଛି ବୋଲି ମମତା କହିଛନ୍ତି। ସେ କହିଛନ୍ତି, ଆଧାର ସହିତ ମୋବାଇଲକୁ ଯୋଡ଼ିଲେ କେନ୍ଦ୍ର ସରକାର ସବୁ ଜାଣି ପାରିବେ। ବ୍ୟକ୍ତିଗତ ନିରାପତ୍ତା ରହିବ ନାହିଁ। ପତି-ପତ୍ନୀ କ’ଣ କଥା ହେଉଛନ୍ତି, ସରକାର ଜାଣି ଯିବେ। ଘରେ ଆପଣ କ’ଣ ଖାଉଛନ୍ତି, ତାହା ମଧ୍ୟ ସରକାର ଜାଣିବେ।

ମମତା ଦଳୀୟ ବୈଠକରେ କହିଛନ୍ତି, ମୋବାଇଲ ବ୍ୟବହାର କରିବା ନିଜର ବ୍ୟକ୍ତିଗତ। ମୁଁ ଫୋନ୍‌କୁ ଆଧାର ସହିତ ଯୋଡ଼ିବି ନାହିଁ। ଏଜେନ୍ସିକୁ ଫୋନ୍‌ କାଟିବାର ଅଛି ତ  କାଟି ଦିଅନ୍ତୁ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଛନ୍ତି, ଏହି ମାମଲାରେ ଲୋକ ଏକାଠି ହୁଅନ୍ତୁ। ମୋବାଇଲ ନମ୍ବର ସହିତ ଆଧାରକାର୍ଡକୁୁ ଯୋଡ଼ିବା ଅର୍ଥ ବ୍ୟକ୍ତିଗତ ଅଧିକାର ଉପରେ ଆକ୍ରମଣ କରିବା ସହିତ ତୁଳନୀୟ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ଟେଲିକମ୍‌ ଡିପାର୍ଟମେଣ୍ଟ ଗତ ମାର୍ଚ୍ଚ ୨୩ରେ ମୋବାଇଲ ନମ୍ବର ସହିତ ଆଧାରକୁ ଯୋଡ଼ିବାକୁ ଆଦେଶ ଜାରି କରିଥିଲା।

 ଆଧାରକାର୍ଡକୁ ମୋବାଇଲ ନମ୍ବର ସହିତ ନ ଯୋଡ଼ିବାରେ କାରଣ ରହିଛି ବୋଲି ମମତା କହିଛନ୍ତି। ସେ କହିଛନ୍ତି, ଆଧାର ସହିତ ମୋବାଇଲକୁ ଯୋଡ଼ିଲେ କେନ୍ଦ୍ର ସରକାର ସବୁ ଜାଣି ପାରିବେ। ବ୍ୟକ୍ତିଗତ ନିରାପତ୍ତା ରହିବ ନାହିଁ। ପତି-ପତ୍ନୀ କ’ଣ କଥା ହେଉଛନ୍ତି, ସରକାର ଜାଣି ଯିବେ। ଘରେ ଆପଣ କ’ଣ ଖାଉଛନ୍ତି, ତାହା ମଧ୍ୟ ସରକାର ଜାଣିବେ।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଆଧାରକାର୍ଡକୁ ବିଭିନ୍ନ ଯୋଜନା ସହିତ ଯୋଡ଼ିବାକୁ ନେଇ ପୂର୍ବ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ୱସ୍ଥି ମିଳିଛି। କାରଣ ସରକାରଙ୍କ ମହତକାଂକ୍ଷୀ ଯୋଜନା ଗୁଡ଼ିକରେ ଆଧାରକାର୍ଡ ନମ୍ବରକୁ ଯୋଡ଼ିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଦିଆଯାଇଥିଲା। କିନ୍ତୁ ଗ୍ରାହକମାନେ ସେମାନଙ୍କର ଆଧାରକାର୍ଡକୁ ସରକାରୀ ଯୋଜନା ସହିତ ଆଶାନୁରୂପକ ଭାବରେ ଯୋଡ଼ିପାରି ନଥିବାରୁ ସରକାରଙ୍କ ପକ୍ଷରୁ ବୁଧବାର ତାରିଖ ବଢ଼ାଇ ଦିଆଯାଇ ୨୦୧୮ ମାର୍ଚ୍ଚ ୩୧ ରଖାଯାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଆଡଭୋକେଟ ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି, ସରକାର କହିଛନ୍ତି ଯେଉଁ ଲୋକଙ୍କର ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ ନ ଥିବା, ସେ ସଂପୃକ୍ତ ଯୋଜନାରୁ ମିଳୁଥିବା ସରକାରୀ ସହାୟତାରୁ ବଞ୍ଚିତ ହେବେ। ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ ଜମା ଖତା ସହିତ ଆଧାରକାର୍ଡକୁ ଲିଙ୍କ କରିବା ପାଇଁ ୨୦୧୭ ଡିସେମ୍ବର ୩୧କୁ ନିର୍ଦ୍ଧାରିତ କରିଥିଲେ।

ସମ୍ବନ୍ଧିତ ଖବର