ଦିଦିଙ୍କ ଗଡ଼ରେ ଗର୍ଜିଲେ ମୋଦି : କହିଲେ, ରାଜ୍ୟର ବିକାଶ ରାସ୍ତାରେ ‘ସ୍ପିଡ୍ ବ୍ରେକର’ ବନିଛନ୍ତି ଦିଦି

କୋଲକାତା: ଆଜି ପଶ୍ଚିମବଙ୍ଗରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତାଙ୍କ ଉପରେ  ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କୁ ରାଜ୍ୟର ବିକାଶ ରାସ୍ତାରେ ସ୍ପିଡ଼୍ ବ୍ରେକର ବୋଲି ଅଭିହିତ କରିଛନ୍ତି ମୋଦି।

ମୋଦି କହିଛନ୍ତି, ପଶ୍ଚିମବଙ୍ଗରେ ଲାଗିଛି ସ୍ପିଡ଼୍ ବ୍ରେକର, ଯାହାକୁ ଆପଣମାନେ ଦିଦି ନାମରେ ଜାଣନ୍ତି । ଦିଦିଙ୍କୁ ଗରିବଙ୍କ ଚିନ୍ତା ନାହିଁ । ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି ଦିଦି । ରାଜ୍ୟରୁ ଦ୍ରାରିଦ୍ର‌୍ୟତା ଦୂର କରିବା ପରିବର୍ତ୍ତେ ଗରିବି ଶେଷ ହୋଇଗଲେ ରାଜନୀତି ବି ଶେଷ ହୋଇଯିବ ବୋଲି ଚିନ୍ତା କରୁଛନ୍ତି ଦିଦି । ପଶ୍ଚିମବଙ୍ଗରେ ଚିଟଫଣ୍ଡ ଘୋଟାଲା ହେଲା । ଗରିବଙ୍କ ଟଙ୍କା ନେଇ ଦିଦିଙ୍କ ମନ୍ତ୍ରୀ , ବିଧାୟକ ଓ ସାଥୀ ପଳାଇଗଲେ । ଗରିବଙ୍କ ଚିନ୍ତାରେ କେନ୍ଦ୍ର ଏନଡ଼ିଏ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅନ୍ତର୍ଗତ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତରେ ମାଗଣରେ ଚିକିତ୍ସା ପ୍ରଦାନ କରାଯିବ । ଗରିବ ରୋଗୀଙ୍କୁ ଟଙ୍କାଟିଏ ବି ଅଧିକ ଦେବାକୁ ପଡ଼ିବ ନାହିଁ । କିନ୍ତୁ ସ୍ପିଡ଼୍ ବ୍ରେକର ଦିଦି କ’ଣ କଲେ ? ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ରାଜ୍ୟରେ ଚଳାଇଦେଲେନି । ଆୟୁଷ୍ମାନ ଯୋଜନାରେ ବ୍ରେକ ଲଗାଇଲେ ଦିଦି ।

The Financial Express

ଏହାବ୍ୟତୀତ ୭୦ ଲକ୍ଷରୁ ଅଧିକ କୃଷକ ପରିବାର ବିକାଶ ଉପରେ ମଧ୍ୟ ବ୍ରେକ ଲଗାଇଲେ ମମତା । ଦେଶରେ ଅନେକ ରାଜ୍ୟରେ ପିଏମ କିଷାନ୍ ଯୋଜନା ଅନୁସାରେ କୃଷକମାନେ ଲାଭବାନ ହୋଇପାରୁଛନ୍ତି । କୃଷକଙ୍କ ଖାତାକୁ ବିନା ଝନଝଟରେ ସିଧା ଟଙ୍କା ଯାଉଛି । ହେଲେ ଦିଦିଙ୍କୁ କୃଷକଙ୍କ ଚିନ୍ତା ନାହିଁ । ପିଏମ କିଷାନ ଯୋଜନାରେ ବି ବ୍ରେକ ଲଗାଇଦେଲେ ଦିଦି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜିତ୍ତ ବଙ୍ଗଳାର କୁଚ ବିହାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ।

ସମ୍ବନ୍ଧିତ ଖବର