କୋରାପୁଟ: ଲ୍ୟାଣ୍ଡମାଇନ୍‌ ଠାବ, ବିସ୍ଫୋରଣ ପୂର୍ବରୁ ନିଷ୍କ୍ରିୟ କଲା ବିଏସ୍‌ଏଫ 

କୋରାପୁଟ: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ପାଇଁ ମତଦାନ ପୂର୍ବରୁ ବୁଧବାର କୋରାପୁଟ ଜିଲ୍ଲାର ଲମତାଟପୁଟ ବ୍ଲକ ଅନ୍ତର୍ଗତ ଚିଲବା ଅଂଚଳରେ ଲ୍ୟାଣ୍ଡମାଇନ ଠାବ ହୋଇଛି। ଆନ୍ଧ୍ରପ୍ରଦେଶର ସୀମା ଠାରୁ ୫ କିଲୋମିଟର ଦୂରରେ ଏହି ଏହା ଠାବ ହୋଇଛି। ଭାଗ୍ୟବଶତଃ ଏହା ବିସ୍ଫୋରଣ ହେବା ପୂର୍ବରୁ ବିଏସ୍‌ଏଫ ଠାବ କରିଛି।

ସୁରକ୍ଷା କର୍ମୀ ଲୁଗାମ-ପଦୁଭା ରାସ୍ତାରେ ଲୋହା ବ୍ରିଜ ତଳୁ ବିସ୍ଫୋରକ ସାମଗ୍ରୀ ଜବତ କରି ଏହାକୁ ନିଷ୍କ୍ରି୍ରୟ କରି ଦେଇଛନ୍ତି। ଅପରାହ୍ଣ ୧୨ଟା ପରଠାରୁ ଏହି ରାସ୍ତାକୁ ବିଏସଏଫ ସିଲ କରି ଦେଇଛି।

ନିର୍ବାଚନକୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ବିସ୍ଫୋରକ ସାମଗ୍ରୀ ଖଞ୍ଜାଯାଇଥିବା ବ୍ରିଜ ଦେଇ ଯଦି କୌଣସି ବଡ଼ ଗାଡ଼ି ଅଥବା ସୁରକ୍ଷାକର୍ମୀଙ୍କ ଗାଡ଼ି ଯାଇଥାନ୍ତା, ତା’ହେଲେ ଦୁର୍ଘଟଣା ଘଟିଥାନ୍ତା ବୋଲି ଅନୁମାନ କରାଯାଉଛି।  ସୁରକ୍ଷାକର୍ମୀମାନେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି।

 

ସମ୍ବନ୍ଧିତ ଖବର