ମୋଦି କେବଳ ପୁଞ୍ଜିପତିମାନଙ୍କ ପାଇଁ ଚୌକିଦାରୀ କରୁଛନ୍ତି : ମାୟାବତୀ

ଭୁବନେଶ୍ୱର : ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶୁଶ୍ରୀ ମାୟାବତୀ ଆଜି ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ନରେନ୍ଦ୍ର ମୋଦି ସରକାର ଲୋକଙ୍କୁ ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । ସେ କେବଳ ପୁଞ୍ଜିପତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଚୌକିଦାରୀ କରୁଛନ୍ତି । ଦେଶର ଜନସାଧାରଣ ଏଥର ସାଂପ୍ରଦାୟିକତାବାଦୀ, ଜାତିବାଦୀ ଦଳମାନଙ୍କୁ କ୍ଷମତାରୁ ତଡିଦେବେ ବୋଲି ସେ କହିଛନ୍ତି । ପୁଲଓ୍ଵାମା ପ୍ରସଙ୍ଗରେ ମଧ୍ୟ ସେ ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତିମୁକ୍ତ ସରକାର ଦେବାରେ ବିଫଳ ହେବାରୁ ଲୋକେ ତାହାକୁ କ୍ଷମତାରୁ ବିତାଡ଼ିତ କରିଥିଲେ । ବିଜେପି ସରକାରର ମଧ୍ୟ ସମଦଶା ଭୋଗିବ ବୋଲି ସେ କହିଛନ୍ତି ।

ଆଜିର ଏହି ସଭାରୁ ବିଏସପି ସାରା ଦେଶରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ବିଏସ୍ପି ଓଡ଼ିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଦଳ ଖୁବଶୀଘ୍ର ଘୋଷଣା କରିବ ।

ସମ୍ବନ୍ଧିତ ଖବର