ମାନସିକ ବିକାରଗ୍ରସ୍ତ ଯୁବକ ଦୁଇଘଣ୍ଟା ପାଇଁ ହେଲା ପୁଲିସ ଇନ୍‌ଚାର୍ଜ, ଜାଣନ୍ତୁ କାରଣ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ପୁଲିସକୁ ନେଇ ବିଭିନ୍ନ ଘଟଣାମାନ ସାମ୍ନାକୁ ଆସିଥାଏ। ନିକଟରେ ଉତ୍ତରପ୍ରଦେଶ ପୁଲିସ ଯେଉଁଭଳି ଭାବେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକର ଇଚ୍ଛାକୁ ପୁରଣ କରିଛନ୍ତି, ତାକୁ ନେଇ ତାଙ୍କ ପାଖକୁ ନେଇ ପ୍ରଶଂସା ଛୁଟି ଆସୁଛି।

ତେବେ ଘଟଣା ଟି ହେଉଛି ଏପରି, ଲକ୍ଷ୍ମୌରେ ରହୁଥିବା ୨୧ବର୍ଷିଅ ମାନସିକ ବିକାରଗ୍ରସ୍ତ ସାହିଲର ଜନ୍ମଦିନ ଥିଲା। ଜନ୍ମଦିନ ଉପହାର ବାବଦରେ ସେ ଦୁଇଘଣ୍ଟା ପାଇଁ ପୁଲିସ ଇନ୍‌ଚାର୍ଜ ହେବାକୁ ଇଚ୍ଛା କରିଥିଲା। ତେବେ ସାହିଲର ପିତା-ମାତା ଏ ସମ୍ପର୍କରେ ପୁଲିସ ଷ୍ଟେସନ୍‌ ଯାଇ କହିଥିଲେ। ପୁଲିସ ବି ସାହିଲଙ୍କ ପିତାଙ୍କ କଥାରେ ରାଜି ହୋଇଥିଲେ । ସାହିଲକୁ ଖାକି ପୋଷାକ ପିନ୍ଧାଇ ଦୁଇଘଣ୍ଟା ପାଇଁ ପୁଲିସ ଇନ୍‌ଚାର୍ଜ କରାଇଥିଲେ। କେବଳ ଏତିକି ନୁହେଁ ପୁଲିସ ଷ୍ଟେସନ୍‌କୁ ଅଭିଯୋଗ ନେଇ ଆସିଥିବା ଲୋକଙ୍କ ଅସୁବିଧାର ସମାଧାନ କରିବା ପାଇଁ ସାହିଲ ଅନ୍ୟ ପୁଲିସଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହାପରେ ପୁଲିସ ସାହିଲଙ୍କୁ ସ୍ୟାଲୁଟ କରି ନିଜ କର୍ମରେ ବାହାରି ଥିଲେ।

ଏହାପରେ ସେ ପୁଲିସ ଜିପ୍‌ରେ ବସି ପେଟ୍ରୋଲିଂ କରିବା ସହିତ ବିନା ଲାଇସେନ୍ସରେ ଚଳାଉଥିବା ଗାଡ଼ିଗୁଡ଼ିକ ଯାଞ୍ଚ ମଧ୍ୟ କରିଥିଲେ। ଅନେକ ସ୍ଥାନରେ ଅନ୍ୟ ପୁଲିସକର୍ମୀଙ୍କୁ ମଧ୍ୟ ଭେଟିଥିଲେ। ଭୁଲସ୍ଥାନରେ ପାକିଂ ହୋଇଥିବା ଗାଡ଼ିକୁ ସାହିଲ ହଟାଇବା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ।

ପିଜିଆଇ ପୁଲିସ ଷ୍ଟେସନ୍‌ର ଇନ୍ସପେକ୍ଟର ଏକେ ରାୟ ସାହିଲଙ୍କ ଆଚରଣର ପ୍ରଶଂସା କରିଥିଲେ। ଏସ୍‌ଏସ୍‌ପି କହିଥିଲେ, ସାହିଲଙ୍କ ପିତାଙ୍କ ଆପିଲ କ୍ରମେ କମ୍ୟୁନିଟି ପୁଲିସିଙ୍ଗ ଜରିଆରେ ଜନ୍ମଦିନ ଅବସରରେ ସାହିଲର ଇଚ୍ଛାକୁ ପୁରଣ କରାଯାଇଥିଲା।

ସାହିଲଙ୍କ ପିତାଙ୍କ ନାମ ଡାକ୍ତର ରାଜନିଶ କୁମାର ସିଂହ । ଯିଏକି ଏସଜିପିଜିଆଇର ଆଇସିୟୁରେ କାମ କରନ୍ତି। ସେ ଲକ୍ଷ୍ମୌ ଏସ୍‌ଏସ୍‌ପି ଦୀପକ କୁମାରଙ୍କୁ ଭେଟି ନିଜର ପିଲା ଜନ୍ମ ଦିନ ଉପହାର ବାବଦରେ ପୁଲିସ ଇନ୍‌ଚାର୍ଜ ହୋବକୁ ଦାବି କରୁଛି । ଆପଣ ତାର ଇଚ୍ଛାକୁ ପୁରଣ କରନ୍ତୁ ବୋଲି ସାହିଲର ପିତା କହିଥିଲେ।

 

ସମ୍ବନ୍ଧିତ ଖବର