ଆଉ ଦୁଇ ଘଣ୍ଟା ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଶେଷ ହେବ, ଅନ୍ତିମ ସଭାରେ ଭାଷଣ ଦେଲେ ମୋଦି

କୋଲକତା : ଆଉ ପ୍ରାୟ ଦୁଇ ଘଣ୍ଟା ପରେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯିବ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଶେଷ ହେବ । ଏଥିପାଇଁ ଗତକାଲି ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶ ଦେଇଥିଲେ ।

ପ୍ରଚାର ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରାଜ୍ୟର ଦମ ଦମ ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଏହି ନିର୍ବାଚନ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ମମତା ବାନାର୍ଜୀଙ୍କ ହତାଦରର ଏକ ସାକ୍ଷୀଭାବେ ରହିଯିବ । ସେ କହିଛନ୍ତି ଏହା ପଶ୍ଚିମବଙ୍ଗରେ ତାଙ୍କର ଶେଷ ସଭା । ଗତ କିଛି ଦିନରେ ସେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ସହ ମିଶିବାରେ ସୁଯୋଗ ପାଇଛନ୍ତି । ନିର୍ବାଚନ ସମୟରେ ଭାଜପାର ଅନେକ କର୍ମୀଙ୍କ ହତ୍ୟା କରାଯାଇଛି । ଅନେକ କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି, ଅନେକ ଘର ଜଳେଇ ଦିଆଯାଇଛି । ଏହା ସତ୍ତ୍ୱେ ମମତା ଲୋକଙ୍କ ସ୍ୱରକୁ ଚପେଇ ପାରିବେ ନାହିଁ ।

ସମ୍ବନ୍ଧିତ ଖବର