ବିଜୟର ଶ୍ରେୟ ଦେଶର ୧୩୦ କୋଟି ଜନତାଙ୍କର : ମୋଦି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପି ମୁଖ୍ୟାଳୟଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତର ୧୩୦ କୋଟି ଜନତା ଭାରତର ସ୍ୱାର୍ଥ ପାଇଁ ଭୋଟ ଦେଇଛନ୍ତି । ମହାଭାରତର ଏକ ଆଖ୍ୟାନକୁ ଉଦ୍ଧାର କରି ସେ କହିଛନ୍ତି ଯେ ଭାରତର ୧୩୦ କୋଟି ଜନତା ରୂପରେ ଭଗବାନ ହିଁ ଦେଶପାଇଁ କାମ କରୁଛନ୍ତି ।

ଦଳର ଏହି ବିଜୟ ପାଇଁ ସେ ଦେଶର ଜନତାଙ୍କୁ ଶ୍ରେୟ ଦେଇଛନ୍ତି । ଦେଶର ଜନତା ସାଧୁତା ଓ ସଚ୍ଚୋଟତାକୁ ହିଁ ଭୋଟ ଦେଇଛନ୍ତି । ଏହି ଅବସରରେ ମୋଦି ଦେଶର ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳପ୍ରଦେଶରେ ନିର୍ବାଚିତ ହୋଇଥିବା ସରକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ର ସରକାର ସେମାନଙ୍କ ସହ ମିଶି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜେପି କାମ କରିବ ବୋଲି ସେ କହିଛନ୍ତି । ଏକ ବିଂଶ ଶତାବ୍ଦିରେ ଆମକୁ ଗରିବଙ୍କୁ ଓ ଗରିବଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବାକୁ କାମ କରୁଥିବା ଲୋକମାନଙ୍କୁ ସଶକ୍ତ କରିବାକୁ ହେବ । ସମ୍ବିଧାନକୁ ସର୍ବୋପରି ରଖି ସମସ୍ତଙ୍କ ସହ ମିଶି କାମ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର