ମୋଦି-ମମତା କଥାକଟାକଟି – ମମତା ପଶ୍ଚିମବଙ୍ଗର ବିକାଶରେ ପ୍ରତିବନ୍ଧକ : ମୋଦି ; ମୋଦି ଦେଶରେ ବିଭେଦ ସୃଷ୍ଟି କରୁଛନ୍ତି : ମମତା

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଠାରେ ଏକ ବିଶାଳ ଜନସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଥିବାବେଳେ ତାହାର ଜବାବ ରଖିଛନ୍ତି ମମତା ଦିଦି । ମୋଦି କହିଥିଲେ ଯେ ମମତା ହିଁ ପଶ୍ଚିମବଙ୍ଗର ବିକାଶ ଦିଗରେ ବାଧକ । ଏଥର ପଶ୍ଚିମବଙ୍ଗକୁ ମମତା ଓ ତାଙ୍କ ପୁତୁରାଙ୍କ କବଳରୁ ମୁକ୍ତ କରାଯିବ ବୋଲି ମୋଦି କହିଥିଲେ ।

ଏହାର ଜବାବ ରଖି ମମତା କହିଛନ୍ତି ଯେ ମୋଦି ହେଉଛନ୍ତି ‘ଏକ୍ସପାରୀବାବୁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ଧର୍ମ ଭିତ୍ତିରେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ସେ ‘ଆମ୍ମା’ଙ୍କୁ ତ ପ୍ରଣାମ କରୁଛନ୍ତି, କିନ୍ତୁ ନିକଟରେ ଛିଡା ହୋଇଥିବା ଅମ୍ମିଙ୍କୁ ନମସ୍କାର କରୁନାହାନ୍ତି । ମମତା କହିଛନ୍ତି ଯେ ମୋଦି ପ୍ରଥମେ ଦିଲ୍ଲୀ କଥା ବୁଝନ୍ତୁ, ପରେ ପଶ୍ଚିମବଙ୍ଗକୁ ଆସିବେ । ସେ ମଧ୍ୟ ମୋଦିଙ୍କୁ ସିଧାସଳଖ ବିତର୍କ ପାଇଁ ଆହ୍ଵାନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର