ମମତା ବାନାର୍ଜୀ ପଶ୍ଚିମ ବଙ୍ଗରେ ସବୁକିଛି ନଷ୍ଟ କରିବାକୁ ବାହାରିଛନ୍ତି : ମୋଦି

କୋଲକତା : ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗତ କାଲି ବିଜେପି ସଭାପତି ଅମିତ ଶାହାଙ୍କ ରୋଡସୋ ଉପରେ ଆକ୍ରମଣ ଓ ତାପରେ ହିଂସାକାଣ୍ଡ ପରେ ଆଜି ଉଭୟ ଦଳ ପରସ୍ପର ଉପରେ ଦୋଷ ଲଗିଛନ୍ତି । ଆଦି ରାଜ୍ୟର ବସିରହାଟଠାରେ ଅନୁଷ୍ଠିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ମମତା ପଶ୍ଚିମବଙ୍ଗରେ ସବୁକିଛି ନଷ୍ଟ କରିଦେବେ ।

ସେ କହିଛନ୍ତି ଯେ ମମତା କ୍ଷମତା ନିଶାରେ ପାଗଳ ହୋଇଯାଇଛନ୍ତି । ତାଙ୍କଦଳର ଗୁଣ୍ଡାମାନେ ଖୋଲାଖୋଲି ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ଧମକ ଦେଉଛନ୍ତି । ବଙ୍ଗର ଭଦ୍ରଲୋକ ସଂସ୍କୃତିକୁ ସେ ନଷ୍ଟ କରି ଦେଇଛନ୍ତି ବୋଲି ମୋଦି କହିଛନ୍ତି । ଶାହା ଙ୍କ ଉପରେ ଆକ୍ରମଣ ଏକ ପ୍ରତିଶୋଧ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଜେପି କର୍ମୀ ହିଂସାକାଣ୍ଡ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରି ମମତା ବାନାର୍ଜି ଆଜି କୋଲକତାରେ ଏକ ରୋଡସୋ କରିଛନ୍ତି ।

ସମ୍ବନ୍ଧିତ ଖବର