ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହଁନ୍ତି, ମୁଁ ନିଜେ ଯୋଗ୍ୟ : ମାୟାବତୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁପଯୁକ୍ତ । କାରଣ ତାଙ୍କୁ ବିକାଶ ଓ ଦେଶର କଲ୍ୟାଣକୁ ନେଇ ଦେଶ ଚଳାଇବା ଆସେନାହିଁ । ଏକଥା କହିଛନ୍ତି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ । ସେ କହିଛନ୍ତି ଯେ ସେ ନିଜେ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟା ।
ଏହାର କାରଣ ଦର୍ଶାଆଇବାକୁ ଯାଇ ମାୟବତୀ କହିଛନ୍ତି ଯେ ସେ ଚାରିଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ନିଜର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଉତ୍ତରପ୍ରଦେଶ ଓ ଲକ୍ଷ୍ନୌର ରୂପରେଖ ବଦଳାଇଦେଇଥିଲେ । ତାଙ୍କର କାର୍ଯ୍ୟକାଳ ସ୍ୱଚ୍ଛ ଓ ନିର୍ବିବାଦୀୟ ଥିଲା । ନିଜର ଏହି ଅଭିଜ୍ଞତା ବଳରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟା ।

ଅନ୍ୟପକ୍ଷରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ତାଙ୍କର କାର୍ଯ୍ୟକାଳ ବିବାଦୀୟ ଥିଲା । ତାଙ୍କ କାର୍ଯ୍ୟକାଳରେ ସଂଖ୍ୟାଲଘୁମାନେ ସୁରକ୍ଷିତ ନଥିଲେ । ତାଙ୍କର କାର୍ଯ୍ୟକାଳ ଦେଶର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଜଣାଶୁଣା । ଏଣୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ।

ସମ୍ବନ୍ଧିତ ଖବର