ଲୋକଙ୍କୁ ଠକିବା ପାଇଁ ମୋଦି ଚୌକିଦାର ବେଶ ଧରିଛନ୍ତି : ମମତା

କୋଲକତା : ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ୨୦୧୪ରେ ଚାବାଲା ପାଲଟିଥିଲା ଏଥର ଲୋକମାନଙ୍କୁ ଠକିବା ପାଇଁ ଚୌକିଦାର ପାଟଲିଯାଇଛି । ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ସେ ଏକଛତ୍ରବାଦୀ ହୋଇଯିବେ । ସେ ଦେଶର ସମ୍ବିଧାନକୁ ଫୋପାଡି ଦେଶକୁ ଏକଛତ୍ରବାଦ ଆଡକୁ ନେଇଯିବେ । ମୋଦିଙ୍କର ଗୋଟିଏ ସ୍ଲୋଗାନ- ତାହା ହେଉଛି ଲୁଟ କରିବା ଓ ଲେକଙ୍କୁ ହତ୍ୟା କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଆଣି ମୋଦି ଦେଶର ନାଗାରିକମାନଙ୍କୁ ବିଦେଶୀ କରିଦେବାକୁ ଚାହୁଁଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କେବେହେଲେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଦେବ ନାହିଁ ।

ମମତା ଗତକାଲି କହିଥିଲେ ଯେ ମୋଦି ହେଉଛନ୍ତି ‘ଏକ୍ସପାରୀବାବୁ’, ଅର୍ଥାତ ତାଙ୍କର ଦିନକାଳ ସରିଆସୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ଧର୍ମ ଭିତ୍ତିରେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ସେ ‘ଆମ୍ମା’ଙ୍କୁ ତ ପ୍ରଣାମ କରୁଛନ୍ତି, କିନ୍ତୁ ନିକଟରେ ଛିଡା ହୋଇଥିବା ଅମ୍ମିଙ୍କୁ ନମସ୍କାର କରୁନାହାନ୍ତି । ମମତା କହିଛନ୍ତି ଯେ ମୋଦି ପ୍ରଥମେ ଦିଲ୍ଲୀ କଥା ବୁଝନ୍ତୁ, ପରେ ପଶ୍ଚିମବଙ୍ଗକୁ ଆସିବେ ।

ସମ୍ବନ୍ଧିତ ଖବର