ଝାରସୁଗୁଡ଼ା: କାର୍‌ ଧକ୍କାରେ ମା’-ବଡ଼ ପୁଅ ମୃତ, ବର୍ତ୍ତିଲେ ସ୍ୱାମୀ-ସାନ ପୁଅ

ଝାରସୁଗୁଡ଼ା: ସମ୍ବଲପୁରରୁ ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ େଓ୍ଵ-୧୦ରେ ରବିବାର ସନ୍ଧ୍ୟାରେ ଦ୍ରୁତ ଗିରେ ଯାଉଥିବା ଏକ କାର ଧକ୍କା ଦେବାରୁ ମା’ ଓ ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ସାନ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଈଶ୍ୱର ବୁଡ଼ା ନିଜ ସ୍ତ୍ରୀ ସୁଜାତ ଓ ୨ ପୁଅଙ୍କ ସହିତ ଝାରସୁଗଡ଼ା ସହରକୁ ବ୍ୟକ୍ତିଗତ କାମରେ ବାହାରିଥିବା ବେଳେ ବଡ଼ମାଳ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକରେ ଏକ କାର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସୁଜାତା ବୁଡ଼ା(୨୬) ଓ  ପୁଅ ସୁରଜଙ୍କ ମୃତ୍ୟୁ ହୋଇଥିଲା।

ଈଶ୍ୱର ନିଜର ସାନ ପୁଅ ସହିତ ଟିକିଏ ଆଗରେ ଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବୁଡ଼ା ପରିବାରର ୪ ଜଣ ସଦସ୍ୟ ରାସ୍ତା ଆରପଟକୁ ଯାଇ ଅଟୋରେ ବସିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ପାଇ ଝାରସୁଗୁଡ଼ା ଏସଡିପିଓ କୈଳାଶ ଆଚାର୍ଯ୍ୟ ଓ ଆଇଆଇସି ଅମିତାଭ ପଣ୍ଡା ଘଟଣାସ୍ଥଳକୁ ପହଞ୍ଚିଛନ୍ତି। କିନ୍ତୁ ତା’ ପୂର୍ବରୁ ସ୍ଥାନୀୟ ଲୋକେ ରାସ୍ତାରୋକ କରି ଉତ୍ତେଜନା ସୃଷ୍ଟି କରିଥିଲେ। ପୁଲିସ ଦୁର୍ଘଟଣା କରିଥିବା କାର(ଜିଜେ ୦୬ଜେଡି ୬୧୦୪)କୁ ଅଟକ ରଖି ଚାଳକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର