ଟିମ୍ ଇଣ୍ଡିଆ ନୁହେଁ, ଆସନ୍ତା ୨ ମାସ ନିଜ ରେଜିମେଣ୍ଟ ସହିତ ଅତିବାହିତ କରିବେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଧୋନୀ

ନୂଆଦିଲ୍ଲୀ: ଆସନ୍ତା ୨ ମାସ ଲାଗି ଟିମ୍ ଇଣ୍ଡିଆ ପାଇଁ ଉପଲବ୍ଧ ହେବେନାହିଁ  ପୂର୍ବତନ କ୍ୟାପଟେନ୍ ତଥା ଦଳର ଉଇକେଟ୍ କିପର ମହିନ୍ଦର ସିଂ ଧୋନୀ। ଧୋନୀ ଏହି ଦୁଇ ମାସ ତାଙ୍କର ରେଜିମେଣ୍ଟ ସହିତ ବିତାଇବେ ବୋଲି ବିସିସିଆଇକୁ ଜଣାଇ ଦେଇଛନ୍ତି। ଟେରିଟୋରିଆଲ୍ ଆର୍ମିର ପାରାଚୁଟ୍ ରେଜିମେଣ୍ଟରେ ଅବୈତନିକ  ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପଦବୀରେ ଥିବା ଧୋନୀ ଆସନ୍ତା ଦୁଇମାସ ରେଜିମେଣ୍ଟ ସହିତ ଅତିବାହିତ କରିବେ ବୋଲି ଜଣାପଡ଼ିଛି। ଏହା ଫଳରେ ଧୋନୀ ଭାରତୀୟ କ୍ରିକେଟ୍ ଟିମର ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯାଇଥିବା ସ୍ପଷ୍ଟ ହୋଇଛି।  ବିସିସିଆଇ ପ୍ରବକ୍ତା ଗଣମାଧ୍ୟମକୁ ଧୋନୀଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରିଛନ୍ତି।

Deccan Chronicle

ସେପଟେ, କ୍ରିକେଟରୁ  ଏବେ ଅବସର ନେଉନାହାନ୍ତି ଧୋନୀ । ସେ ଭାରତୀୟ ଦଳରେ ରହିବେ ସତ କିନ୍ତୁ କ୍ରିକେଟ୍ ମୈଦାନକୁ ଓହ୍ଲାଇବେ ନାହିଁ । ଅର୍ଥାତ୍ ଟିମ୍ ଇଣ୍ଡିଆର ୧୫ ଜଣିଆ ଟିମରେ ରହିବେ, ହେଲେ ୧୧ ଜଣିଆ ଟିମରେ କିନ୍ତୁ ସ୍ଥାନ ପାଇବେନି ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଏକ ଖବର ଧୋନୀଙ୍କ ଫ୍ୟାନଙ୍କ ପାଇଁ ବଡ ଖୁସି ଖବର ଆଣିଥିଲା । ଧୋନୀ ୧୧ ଜଣିଆ ଦଳରେ ନ ରହିଲେ ୱିକେଟ୍ କିପର ଭାବେ ପ୍ରଥମ ପସନ୍ଦ ହେବେ ରିଷଭ୍ ପନ୍ଥ ।

ସମ୍ବନ୍ଧିତ ଖବର