ଲଭ ଜିହାଦ୍‌: ଧର୍ମ ପରିବର୍ତ୍ତନ ପାଇଁ ମଡେଲ ପତ୍ନୀଙ୍କୁ ସ୍ୱାମୀଙ୍କ ନିର୍ଯାତନା

ମୁମ୍ବାଇ: ହିନ୍ଦୁ ପରିବାରରେ ଜନ୍ମ ଲାଭ କରିଥିବା ମୁମ୍ବାଇର ଜଣେ ମଡେଲ୍‌ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କର ଧର୍ମ ପରିବର୍ତ୍ତନ ଘଟାଇ ମୁସଲ୍‌ମାନ ହେବା ପାଇଁ ଚାପ ପକାଉଛନ୍ତି। ମଡେଲ୍‌ ରଶ୍ମୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅସିଫ୍‌ ପୂର୍ବରୁ ମଧ୍ୟ ଧର୍ମ ପରିବର୍ତ୍ତନ କରାଇବାକୁ ବାଧ୍ୟ କରି ମାଡ଼ ମାରିଥିଲେ। ଏପରିକି ମହିଳା ଜଣକ ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌ରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗ ରଖିବା ପରେ ମହିଳାଙ୍କୁ ହସ୍ପିଟାଲ୍‌ ପଠାଇଥିଲା।

ଉଲ୍ଳେଖଯୋଗ୍ୟ, ୨୦୦୫ ମସିହାରେ ଅସିଫ୍‌ ଓ ରଶ୍ମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୨୦୧୦ ମସିହାରେ ସେମାନଙ୍କର ଏକ ପୁତ୍ର ଲାଭ ହୋଇଥିଲା।

ମହିଳା ଜଣକ ଜନ୍ମରୁ ହିନ୍ଦୁ ଥିବା ବେଳେ ତାଙ୍କ ସ୍ୱାମୀ ମୁସ୍‌ଲମାାନ ଥିବାରୁ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ। ରଶ୍ମୀ ଆହୁରି ବି କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କର ବିନା ଅନୁମତିରେ ଆଉ ଜଣକୁ ବିବାହ ମଧ୍ୟ କରିଛନ୍ତି। ଅସିଫ୍‌, ରଶ୍ମୀଙ୍କ ଉପରକୁ ବାସନ ଫୋପାଡ଼ି ମାରିବା ସହ ଘର ପରିତ୍ୟାଗ କରିବାକୁ କହିବା ପରେ ମହିଳା ଜଣକ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ରଶ୍ମୀଙ୍କ କହିବା ଅନୁଯାୟୀ ଅସିଫଙ୍କ ଦ୍ୱିତୀୟ ପତ୍ନୀ ଇସ୍‌ଲାମ ଧର୍ମ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର