ନବୀନଙ୍କ କଟକ ରୋଡ୍‌ ସୋ’ : ମା’କଟକ ଚଣ୍ଡୀଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ, ବୁଲି ବୁଲି ସହରବାସୀଙ୍କୁ ଭୋଟ ମାଗିଲେ

କଟକ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟକ ସହରରରେ ରୋଡ ସୋ’ କରିଛନ୍ତି। ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ଭୋଟ ପାଇଁ ନିବେଦନ କରିବା ସହିତ କଟକସ୍ଥିତ ଚଣ୍ଡୀମନ୍ଦିରରେ ପହଞ୍ଚି ମା’ ଚଣ୍ଡୀଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ନବୀନଙ୍କୁ ଦେଖିବା ଲାଗି ଚଣ୍ଡୀମନ୍ଦିର ପରିସରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ନବୀନ ବସର ଛାତ ଉପରୁ ଏବଂ ବସ୍‌ ଭିତରୁ ନବୀନ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରୁଥିବା ଦେଖିବାକୁ ମିଳିଛି। ଏହି ରୋଡ ସୋ’ରେ ବିଜେଡିର ପ୍ରାର୍ଥୀ ଓ ନେତା ସାମିଲ୍‌ ଅଛନ୍ତି।

ତେବେ ନବୀନ ପୂର୍ବରୁ କେନ୍ଦୁଝର ଓ ମୟୁରଭଞ୍ଜରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସେ ସେଠାରେ କହିଛନ୍ତି, ବିଜେଡି ସରକାର ଗରିବ ଲୋକଙ୍କୁ ମଧୁବାବୁ ପେନସନ ଦେଲା। ଏସସି-ଏସ୍‌ଟି ପିଲଙ୍କ ସ୍କଲାରାସିପ୍‌ ବିଜେପି ବନ୍ଦ କରିବା ପରେ ଆପଣଙ୍କ ବିଜେଡି ସରକାର ଏହି ସ୍କଲାରସିପ୍‌ ଦେଉଛି। ବିଜେପି ସରକାର ହେଉଛି ଗରିବ ବିରୋଧୀ। ୩ ଦିନ ତଳେ ତାଙ୍କର ଗରିବଙ୍କ କଥା ମନେପଡ଼ିଲା। କହୁଛନ୍ତି ଟଙ୍କାଏରେ ଚାଉଳ, ଡାଲି ଓ ଲୁଣ ଦେବୁ। ଏତେଦିନ କ’ଣ କରୁଥିଲେ? ପ୍ରିୟ ଭାଇ ଓ ଭଉଣୀମାନେ ସେମାନେ ଜାଣି ସାରିଲେଣି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ହାରୁଛି। ସେଥିପାଇଁ ଗରିବଙ୍କ କଥା ମନେପଡ଼ିଲା। ୫ବର୍ଷ ସରକାରରେ ରହି ଗରିବଙ୍କ ପାଇଁ କଲେ କ’ଣ? ଦରଦାମ୍‌ ବଢ଼ିଲା, ଗ୍ୟାସଦର ବଢ଼ିଲା,ପେଟ୍ରୋଲ ଦର ବଢ଼ିଲା, ଡିମୋନିଟାଇଜେସନ୍‌ କଲେ ଗରିବଙ୍କୁ ଆହୁରି ଗରିବ କଲେ।

କେବଳ ଏତିକି ନୁହେଁ, ନବୀନ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, ଛୋଟ ବେପାରୀଙ୍କ ଉପରେ ଜିଏସ୍‌ଟି ଲାଗିଗଲା। ଏସବୁ ଜୁମଲାବାଜି ଆଉ ଚାଲିବ ନାହିଁ। ବିଜେପି ସରକାର ଚାଷୀଙ୍କ ସରକାର, ଗରିବଙ୍କ ସରକାର, ମହିଳାଙ୍କ ସରକାର, ଶ୍ରମିକଙ୍କ ସରକାର ଓ ଯୁବକଙ୍କ ସରକାର। ସମସ୍ତେ ମୋ ପରିବାର। ସାଢ଼େ ୪କୋଟି ଓଡ଼ିଶାବାସୀ ମୋ ପରିବାର। ଶେଷ ନିଶ୍ୱାସ ଯାଏଁ ମୁଁ ଆପଣଙ୍କ ସେବା କରିବି ବୋଲି କହି ନବୀନ ନିଜ ଅଭିଭାଷଣ ଶେଷ କରିଥିଲେ।

ସମ୍ବନ୍ଧିତ ଖବର