ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଆରା ଅନ୍ଦାଜର ଭିଡିଓ: ଧଳା ପାଇଜାମା ନୁହେଁ, କଳା ଟି-ସାର୍ଟ ପିନ୍ଧି ଚର୍ଚ୍ଚାରେ ନବୀନ

ଭୁବନେଶ୍ୱର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତାମାନେ ସୋସିଆଲ୍‌ ମିଡିଆରେ ସେତିକି ଅଧିକ ସକ୍ରିୟ ହୋଇ ଉଠୁଛନ୍ତି। ଭିନ୍ନ ରାଜନୈତିକ ଦଳ ଭିନ୍ନ ଧରଣର ନିର୍ବାଚନ ପ୍ରଚାର କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ବେଳେ ବାରମ୍ବାର ବାଜିମାତ୍‌ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଏବେ ପୂରା ହାଇଟେକ୍ ଅନ୍ଦାଜ ଆପଣାଇଛନ୍ତି।

ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହା ଦେଖିଲେ ଯେ କହି କହିପକାଇବ- ଆମ ମୁଖ୍ୟମନ୍ତ୍ରୀ ପୂରା ଫିଟ୍। ସବୁବେଳେ ଧଳା ପୋଷାକରେ ନଜର ଆସିଥିବା ନବୀନ ଏଥର କଳା ପୋଷାକରେ ନଜର ଆସି ସଭିଙ୍କୁ ଚମକାଇ ଦେଇଛନ୍ତି। ସେ ଏକ ଧୁସର ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ୍‌ ସହ କଳା ଟି-ସାର୍ଟ ପିନ୍ଧି ଏକଦମ ନିଆରା ଦିଶୁଛନ୍ତି।

ଭିଡିଓଟିରେ ନବୀନ ଜଗିଂ ପୋଷାକରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ନବୀନ ବଗିଚାରେ ବୁଲି ବୁଲି ଜଗିଂ କରୁଛନ୍ତି ଓ ପୁଣି ବଗିଚାରୁ ଆସି ଘରକୁ ଆସି ଟିଭି ଲଗାଇ ବ୍ୟାୟାମ ଉପକରଣରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓ ଶେଷରେ ନବୀନ  କହିଛନ୍ତି – ‘ଓଡ଼ିଶାର ଲୋକମାନଙ୍କ ପାଇଁ ଲଢ଼ିବାକୁ ଆପଣମାନେ ପ୍ରସ୍ତୁତ ତ?’ ନବୀନଙ୍କର ଏହି ନିଆରା ଲୁକ୍‌ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର