ମୋଦୀଙ୍କ ବାୟୋପିକ୍‌ ପରେ ‘ନାମୋ ଟିଭି’କୁ ବନ୍ଦ ନିର୍ଦ୍ଦେଶ, ନିର୍ବାଚନ ଭିତରେ ଚାଲିପାରିବନି ଏହି ଚ୍ୟାନେଲ୍‌

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ ବୁଧବାର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ପ୍ରଦର୍ଶନୀ ଉପରେ ରୋକ ଲଗାଇ ନାହାନ୍ତି, ବରଂ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ଚ୍ୟାନେଲ୍‌ ‘ନାମୋ ଟିଭି’କୁ ମଧ୍ୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ହୋଇଥିବା ଏହି ଚ୍ୟାଲେନ୍‌ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ନିର୍ବାଚନ କମିସନ ଏହି ଚ୍ୟାନେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୋଦୀଙ୍କ ବାୟୋପିକ୍‌ ଉପରେ ରୋକ ଲଗାଇଥିବା ବେଳେ ମଧ୍ୟ ନିର୍ବାଚନ କମିସନ ସ୍ପଷ୍ଟ କରିଥିଲେ କି ନିର୍ବାଚନ ସମୟରେ କୌଣସି ରାଜନେତାଙ୍କ ସଂପର୍କିକ କିଛି ବି ଚଳଚ୍ଚିତ୍ର, ଧାରାବାହିକ କିମ୍ବା କୌଣସି ପ୍ରକାରର ପ୍ରଦର୍ଶନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିବ।

ଉଲ୍ଲେଖଯୋଗ୍ୟ, ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ‘ନାମୋ’ ଚ୍ୟାନେଲ୍‌ ଖୋଲାଯିବା ନେଇ ପୂର୍ବରୁ ନିର୍ବାଚନ କମିସନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ନିକଟକୁ ଏକ ପତ୍ର ଲେଖି ନୋଟିସ୍‌ ମାଗିଥିଲେ। ନିର୍ବାଚନ ପୂର୍ବରୁ ଅଚାନକ ‘ନାମୋ ଟିଭି’କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆସନ୍ତାକାଲି ଅଭିନେତା ବିବେକ୍‌ ଓବରାଏଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌ର ପ୍ରଦର୍ଶନୀ ଉପରେ ମଧ୍ୟ ନିର୍ବାଚନ କମିସନ ରୋକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର