ଜେଟ ଏୟାରେଓ୍ଵଜକୁ କିଣିବ ଟାଟା ସିଂଗାପୁର ଏୟାରଲାଇନ୍ସ, ବିମାନ ସେବା ଶିଳ୍ପରୁ ବାହାରିବେ ନରେଶ ଗୋଏଲ

ମୁମ୍ବାଇ : ଦେଶର ବୃହତ୍ତମ ଘରୋଇ ବିମାନସେବା କମ୍ପାନି  ଜେଟ ଏୟାରେଓ୍ଵଜ ବିଗତ କିଛି ବର୍ଷ ଧରି ବିପୁଳ କ୍ଷତି ସହିଚାଲିଛି । ଏଥିପାଇଁ ଏହାର ପ୍ରମୋଟର ନରେଶ ଗୋଏଲ  ବିମାନସେବା ବ୍ୟବସାୟରୁ ବାହାରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ବିଗତ କିଛି ମାସ ଧରି ଜେଟ ଓ ଟାଟା ଏସଆଇଏ ଏୟାରଲାଇନ୍ସ ମଧ୍ୟରେ କଥାବାର୍ତ୍ତା ଚାଲିଛି । ମିଳିଥିବା ସୂଚନାମୁତାବକ ଉଭୟ ପକ୍ଷ ମଧ୍ୟରେ କେତେକ ବିଷୟରେ ସହମତି ଆସିଛି । ଏହା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଟାଟାଏସଆଇଏ ଏୟାରଲାଇନ୍ସ ଓ ଜେଟ ଏୟାରେଓ୍ଵଜ ମଧ୍ୟରେ ମିଶ୍ରଣ ହେବ । ଏହି ନୂଆ କମ୍ପାନିରେ ଟାଟା, ସିଂଗାପୁର ଏୟାରଲାଇନ୍ସ, ଏତିହାଡ ଓ ନରେଶ ଗୋଏଲଙ୍କ ଅଂଶଧନ ରହିବ । ୨ୟ ପର୍ଯ୍ୟାୟରେ ସିଂଗାପୁର ଏୟାରଲାଇନ୍ସ  ନରେଶଗୋଏଲ ପରିବାରର ସବୁ ଅଂଶଧନ ଖରିଦ କରିବ । ଏହା ଫଳରେ ନରେଶ ଗୋଏଲ ଓ ପରିବାର ସମ୍ପୂର୍ଣ୍ଣ ଭାବେ ଜେଟରୁ ବାହାରି ଯିବେ । ପରବର୍ତ୍ତି କାଳରେ ଏତିହାଦ ଯଦି ଏଥିରୁ ବାହାରି ଯାଏ, ତେବେ ଟାଟା ତାହାର ଅଂଶଧନ କିଣିବାକୁ ପ୍ରସ୍ତୁତ ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର