ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର ପ୍ରଚାରକଙ୍କ ତାଲିକାରେ ନାହିଁ ମୁଲାୟମ୍‌ ସିଂହ ଯାଦବଙ୍କ ନାମ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ରବିବାର ଲୋକସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ତାଲିକା ବାହାରିବା ପରେ ଜାଣିବାକୁ ମିଳିଛି ଯେ ଦଳର ମୁଖ୍ୟ ଅଖିଳେଶ ଯାଦବ ବାପା ମୁଲାୟମ ସିଂହ ଯାଦବଙ୍କ ସଂସଦୀୟ କ୍ଷେତ୍ର ଆଜାମଗଡ଼ରୁ ନିର୍ବାଚନ ଲଢ଼ିବେ। ସେହିପରି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅଜମ ଖାନ ରାମପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ।

ଦଳ ପ୍ରାର୍ଥୀଙ୍କ ସଙ୍ଗେ ସଙ୍ଗେ ଦଳର ପ୍ରଚାରକମାନଙ୍କ ନାମ ତାଲିକା ବି ପ୍ରକାଶ କରିଛି। ଦଳ ପକ୍ଷରୁ ଏବେ ସୁଦ୍ଧା ୪୦ ଜଣ ପ୍ରଚାରକଙ୍କ ନାମ ଘୋଷଣା ହୋଇଛି। ପ୍ରଚାରକ ତାଲିକାରେ ଅଛନ୍ତି ଦଳ ମୁଖ୍ୟ ଅଖିଳେଶ ଯାଦବ, ବରିଷ୍ଠ ନେତା ରାମଗୋପାଳ ଯାଦବ, ଆଜାମ ଖାନ୍‌, ଜୟା ବଚ୍ଚନ, ଡିମ୍ପଲ ଯାଦବ ଏବଂ ଅନ୍ୟମାନେ। ତେବେ, ଏହି ପ୍ରଚାରକମାନଙ୍କ ଭିତରେ ମୁଲାୟମ୍‌ ସିଂହ ଯାଦବଙ୍କ ନାମ ଦେଖିବାକୁ ମିଳିନାହିଁ। ତେବେ ଦଳ ପକ୍ଷରୁ କୁହାଯାଇଛି ଯେ ଦ୍ୱିତୀୟ ପ୍ରର୍ଯ୍ୟାୟ ତାଲିକାରେ ମୁଲାୟମ ସିଂହ ଯାଦବଙ୍କ ନାମ ରହିବ।

ସମ୍ବନ୍ଧିତ ଖବର