ଏନଡିଟିଭିକୁ ବୈଜୟନ୍ତଙ୍କ ସାକ୍ଷାତକାର : କହିଲେ, ନବୀନ ସରକାରର ସମୟ ସରିଆସୁଛି

ଭୁବନେଶ୍ୱର : ବିଜେପି ନେତା ବୈଜୟନ୍ତ ପଣ୍ଡା ତାଙ୍କର ଖରାପ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅପପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ଯେଉଁ ଆରୋପ ଲଗାଇଥିଲେ ଆଜି ତାହାର ଜବାବ ରଖିଛନ୍ତି ବୈଜୟନ୍ତ । ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏପରି ଅଭିଯୋଗ କେବଳ ହାସ୍ୟାସ୍ପଦ ନୁହେଁ, ବରଂ ଦୁଃଖଦାୟକ । ମୋ ବିରୋଧରେ ଏପରି ଷଡ଼ଯନ୍ତ୍ର କଥା ବିଜେଡ଼ିକୁ ନିୟନ୍ତ୍ରଣ କରୁଥିବା ଏକ ଛୋଟ ପ୍ରଭାବଶାଳୀ ଗୋଷ୍ଠୀ ପ୍ରଚାର କରୁଛନ୍ତି । କିନ୍ତୁ ବିନା କୌଣସି ଆଧାରରେ ଏପରି ଅପପ୍ରଚାର ହାସ୍ୟାସ୍ପଦ ।

କ୍ଷମତା ପାଇଁ ଅପପ୍ରଚାର କରୁଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ନିଜର ୧୮ ବର୍ଷର ସାଂସଦ ଜୀବନ ମଧ୍ୟରେ ସେ କେବେ ମଧ୍ୟ କୌଣସି ସରକାରୀ ପଦବୀରେ ରହିନାହାନ୍ତି । କେବଳ କେତେକ ନିର୍ଦ୍ଦିଷ୍ଟ ଆଦର୍ଶ ଓ କେତେକ ସ୍ୱତନ୍ତ୍ର ପ୍ରକାରର ଲକ୍ଷ୍ୟ ହାସଲ ପାଇଁ ସେ ରାଜନୀତି କରୁଛନ୍ତି । ସଂସଦ ଭିତରେ ଓ ବାହାରେ ତାଙ୍କର କାର୍ଯ୍ୟ ଏହା ପ୍ରମାଣିତ କରୁଛି ବୋଲି ବୈଜୟନ୍ତ କହିଛନ୍ତି ।

ଗତକାଲି ଏନଡିଟିଭିକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅପପ୍ରଚାର କରି ବୈଜୟନ୍ତ ନିଜକୁ ତାଙ୍କର ଏକ ରାଜନୈତିକ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ।

ସମ୍ବନ୍ଧିତ ଖବର