କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ୮ ଲକ୍ଷ ପରିବାର ବଞ୍ଚିତ ହେବେ: ନବୀନ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଗାମୀ ଅଗଷ୍ଟ ୧୫ରେ ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ, ଏହି ଯୋଜନାରୁ ଓଡ଼ିଶାକୁ ସୁଫଳ ମିଳିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି। ନବୀନ କହିଛନ୍ତି, କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ୮ ଲକ୍ଷ ପରିବାର ବଞ୍ଚିତ ହେଉଥିବା ବେଳେ ଆମ ସରକାର ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟସୁରକ୍ଷା ଯୋଗାଇଦେବେ।

‘ଆୟୁଷ୍ମାନ ଭାରତ’ ଅର୍ଥାତ ‘ମୋଦିକେୟାର’ ପ୍ରସଙ୍ଗରେ ନବୀନ କହିଛନ୍ତି, କେନ୍ଦ୍ର ଆମ ଦାବି ଶୁଣିଲେ ଆମେ ସାମିଲ ହେବୁ। ଆୟୁଷ୍ମାନ ଯୋଜନାରେ ଅନେକ ଗରିବ ବଞ୍ଚିତ ହେବେ। ନବୀନ କହିଛନ୍ତି, ଏସ୍‌ଇସିସି ତଥ୍ୟ ଆଧାରରେ ଗଣନା କଲେ ଭୁଲ ହେବ। ଓଡ଼ିଶା ସରକାର ‘ସମସ୍ତ’ଙ୍କୁ ଯୋଜନାର ସୁଫଳ ଦେବାକୁ ଚାହାନ୍ତି।

 

ସମ୍ବନ୍ଧିତ ଖବର