ନିର୍ବାଚନ ଆୟୋଗଙ୍କ କଟକଣା ସତ୍ତ୍ୱେ ବୁଦ୍ଧି ଶିଖୁନାହାନ୍ତି ନେତା, ବିଜେପିକୁ ଭୋଟ ନ ଦେବାକୁ ମୁସଲମାନମାନଙ୍କୁ ଅନୁରୋଧ କଲେ ସିଦ୍ଧୁ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ସତ୍ତ୍ୱେ ନେତାମାନେ ନିଜ ତୁଣ୍ଡକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ନିକଟରେ ଲଗାମଛଡ଼ା ବୟାନବାଜି ଯୋଗୁଁ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦିପାର୍ଟି ନେତା ଆଜମ ଖାଁ ଓ ବିଏସପି ନେତ୍ରୀ ମାୟାବତୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ସାମୟିକ କଟକଣା ଲଗାଇଛି । ଏହା ସତ୍ତ୍ୱେ ନେତାମାନେ ବୁଦ୍ଧି ଶିଖୁନାହାନ୍ତି ।

ଆଜି କଂଗ୍ରେସର କଥାକୁହା ନେତା ନବଜ୍ୟୋତ ସିଂ ସିଦ୍ଧୁ ଏକ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ବିରୋଧରେ ଭୋଟ ଦେବାକୁ ସେ ମୁସଲିମମାନଙ୍କୁ ନିବେଦନ ଜଣାଇଛନ୍ତି ।

ମାୟାବତୀ ସମାନ ଧରଣର ଭାଷଣ ଦେଇଥିବାରୁ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ ୪୮ ଘଣ୍ଟା କଟକଣା ଲଗାଇଥିଲେ । ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ବିରୋଧରେ ମାୟାବତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି । ଆୟୋଗଙ୍କ ଏହି ନିଷ୍ପତ୍ତି ଯଥାର୍ଥ ବୋଲି କୋର୍ଟ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର