ଏନସିପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

ମୁମ୍ବାଇ: ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ତାଲିକା ଅନୁସାରେ ଶରଦ ପାୱାରଙ୍କ ଝିଆ ସୁପ୍ରିୟା ସୁଲେ ପୁଣି ଥରେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ରାୟଗଡ଼ରୁ ସୁନୀଲ ତଟକରେ, ବାରାମତୀ ଆସନରୁ ସୁପ୍ରିୟା ସୁଲେ, ସାତାରାରୁ ଉଦୟ ନରାଜେ ଭୋସଲେ, କ୍ଲୋହାପୁରରୁ ଧନଞ୍ଜୟ ମହାଡ଼ିକ, ଜଲଗାଓଁରୁ ଗୁଲାବରାଦ ଦେବକର, ପରଭଣୀରୁ ରାଜେଶ ବେଟିକର, ମଚମାଇ ଉତ୍ତର ପୂର୍ବରୁ ସଞ୍ଜୟ ଦୀନା ପାଟିଲ, ଥାନେରୁ ଆନନ୍ଦ ପରାଂଜପେ, କଲ୍ୟାଣରୁ ବାବାଜୀ ପାଟିଲ , ଲକ୍ଷାଦ୍ୱୀପରୁ ମହମ୍ବଦ ଫୈଜଲ, ହାଥକଙ୍ଗଲେ ଲୋକସଭା ଆସନରୁ ସ୍ୱାଭିମାନ ଶେତକରିଙ୍କୁ ଟିକେଟ ଦିଆଯାଇଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଶରଦ ପାୱାର ସ୍ପଷ୍ଟ କରିଥିଲେ । ଶରଦ ପାୱାର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ନିର୍ବାଚନରେ ମଇଦାନକୁ ଓହ୍ଲାଉଥିବାରୁ ସେ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ  ପାୱାର ।

ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରେ ଏନସିପି କଂଗ୍ରେସ ସହ ମେଂଟ କରି ନିର୍ବାଚନ ଲଢ଼ିବ । କଂଗ୍ରେସ ୨୬ଟି ଆସନରେ ଓ ଏନସିପି ୨୨ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି । ଏନସିପି-କଂଗ୍ରେସ  ମେଣ୍ଟର ମୁକାବିଲା ଭାଜପା-ଶିବସେନା ସହ ହେବ । ମହାରାଷ୍ଟ୍ରରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।  ଏପ୍ରିଲ୍ ୧୧,୧୮,୨୩ ୨୯ରେ ମହାରାଷ୍ଟ୍ରରେ ମତଦାନ ହେବ ଏବଂ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସମ୍ବନ୍ଧିତ ଖବର